ଯଶୋଦା ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତ ଦାନ ଶିବିର ର ଅନୁଷ୍ଠିତ ହୋଇଯାଇଛି । ରକ୍ତର ଅଭାବକୁ ଦୂର କରିବା ପାଇଁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ପ୍ରଫୁଲ୍ଲ ଗୌଡ, ସମାଜସେବୀ ଭାଗିରଥି ବେହେରା, ଯୁବ ବିଜେଡି ନେତା ଅଟଳ ବିହାରୀ ପଟ୍ଟନାୟକ, ୟୁଥମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟି ଶ୍ରୀମତି ପଣ୍ଡା ସମସ୍ତ ରକ୍ତଦାତା ମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ହେଲ୍ପ ଡେସ୍କ ମ୍ୟାନେଜର ଜିତେନ୍ଦ୍ର ମହାପାତ୍ର, ଟି. କ୍ରିଷ୍ଣା ରେଡ୍ଡି , ଏ. କାଳିଆ, ସନ୍ତୋଷ ପାତ୍ର, ଦିଲ୍ଲୀପ ନାହାକ ପ୍ରମୁଖ ଯୋଗଦେଇଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ଏହି ଶିବିରରେ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯୋଶଦା ଫାଉଣ୍ଡେସନ ର ସୁଦେଷ୍ଣା ସାହ, ପୁଷ୍ପାଞ୍ଜଳି ସାହୁ, ଆରତି ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ