ଜାତୀୟ ଗଣିତ ଦିବସ ଅବସରରେ ଗଣିତ ବିଭାଗର ଏକଜିବେସନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଆଜି ଜାତୀୟ ଗଣିତ ଦିବସ ଅବସରରେ ଶକ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପରିସରରେ ଏକ ଗଣିତ ବିଭାଗର ଏକଜିବେସନ୍ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ନେଇ ଆୟୋଜିତ ଏହି ଏକଜିବେସନ ରେ ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପିଲାମାନେ ଘରେ ବିଭିନ୍ନ ପ୍ରୋଜେକ୍ଟ ଗୁଡିକ ପ୍ରସ୍ତୁତ କରି ଆଣିଥିବା ବେଳେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପିଲା ମାନେ ବିଦ୍ୟାଳୟ ପରିସରରେ ନିଜ ପ୍ରୋଜେକ୍ଟ ଗୁଡିକ ପ୍ରସ୍ତୁତ କରିଥିଲେ । ଏହି ଏକଜିବେସନ ରେ ମୋଟ ୧୫୦ ଜଣ ପିଲା ୨୫ଟି ଗ୍ରୁପରେ ବିଭକ୍ତ ହୋଇ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରୋଜେକ୍ଟ ଗୁଡିକୁ ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର, ଶିକ୍ଷୟତ୍ରୀ ସ୍ୱପ୍ନା ରାଣୀ ଓ ଶିକ୍ଷକ ଶ୍ରୀକାନ୍ତ ରାଉତରାୟ ବିଚାରକ ଭାବେ ଯୋଗ ଦେଇ ଜୁନିୟର ଓ ସିନିୟର ବର୍ଗର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ । ଜୁନିୟର ବର୍ଗରେ ତୃତୀୟ ଶ୍ରେଣୀର ହିମାଂଶୁ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀର ସୁଦୀପ୍ତ କୁମାର ସାହୁ ଓ ଦ୍ୱିତୀୟ ଶ୍ରେଣୀର ଏସ୍ . ଭିସାଲସ୍ମୀ ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ବର୍ଗରେ ୩ଟି ଗ୍ରୁପ କୁ ଚୟନ କରାଯାଇଥିଲା । ଅଷ୍ଟମ ଶ୍ରେଣୀର ରୋଶନ ମହାରଣା, ସାମୁଏଲ ଡେଭିଡ୍ ଲିମା, ଆଶୁତୋଷ ଆଚାରୀ, ଏ. ସୋହନ କୁମାର ଙ୍କ ଦ୍ୱାରା କରାଯାଇଥିବା ଆଲଜେବ୍ରିକ ଏକ୍ସପ୍ରେସନ ମଡେଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସପ୍ତମ ଶ୍ରେଣୀର ଜ୍ୟୋତି ପ୍ରକାଶ ପଟ୍ଟନାୟକ ଓ ଆଦିତ୍ୟ ନାୟକଙ୍କ ଦ୍ୱାରା କରାଯାଇଥିବା ସ୍ୱାୟାର ନମ୍ବର ଦ୍ୱିତୀୟ ସ୍ଥାନ ଏବଂ ସପ୍ତମ ଶ୍ରେଣୀର ବିଶ୍ୱଜିତ ବେହେରା ଓ ମନୋହର ପଣ୍ଡାଙ୍କ ଦ୍ୱାରା କରାଯାଇଥିବା ଆଙ୍ଗେଲ ଆଣ୍ଡ ପଏଣ୍ଟ ପ୍ରୋଜେକ୍ଟଟି ତୃତୀୟ ସ୍ଥାନ ଅଧିକାର କରିଛି । ସମସ୍ତ କାର୍ଯ୍ୟକ୍ରମକୁ ୟୁରୋ ସ୍କୁଲର ଚେୟାରମ୍ୟାନ ତଥା ଯୁବ ଆଇନଜିବୀ ରଞ୍ଜନ ମହାପାତ୍ର ମୁଖ୍ୟ ପୋଷ୍ଠ ପୋଷକ ସସ୍ମିତା ମହାପାତ୍ର ଓ ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ସଂଯୋଜନା କରିଥିବା ବେଳେ ପ୍ରମିଶ ଲତା ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ