ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ପ୍ରଭାସିନୀ ଗୌଡ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଭାସ୍କର ପାଣି ସଭାପତିତ୍ବ କରିଥିବା ବେଳେ ସି.ଆର୍.ସି.ସି ତ୍ରିନାଥ ବେହେରା, ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦଲ୍ଲିପ କୁମାର ଦାସ,ଶିକ୍ଷକ ମନମୋହନ ପାଣିଗ୍ରାହୀ,ପ୍ରଦୀପ କୁମାର ଗୌଡ,ଅନଙ୍ଗମୋହନ ମହାରଣା,ସଚିତ୍ର ନାୟକ,ଭଞ୍ଜ କିଶୋର ପ୍ରଧାନ,ସୁଦାମ ଦଳବରା,ଶିକ୍ଷୟିତ୍ରୀ ପଦ୍ମିନୀ ମିଶ୍ର,ରିଙ୍କୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀଙ୍କ ସଂପର୍କରେ ମତାମତ ରଖିବା ସହ ତାଙ୍କ ଜୀବନର ଅବଶିଷ୍ଟ ସମୟ ମଙ୍ଗଳରେ ଅତିବାହିତ ହେଉ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ ଶେଷରେ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କ ତରଫରୁ ଉପଢ଼ୌକନ,ଉପହାର ପ୍ରଭୃତି ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମରେ ମିଛି ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ