ବିରଳ ମୃତ୍ତିକା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଭାରତୀୟ ବିରଳ ମୃତ୍ତିକା ପରିସରରେ ବିରଲ ମୃତ୍ତିକା କର୍ମଚାରୀ ସଂଘର (ରେୟାର ଅର୍ଥସ ଏମ୍ପେ୍ଲାଇଜ ୟୁନିୟନ) ରେଜଷ୍ଟ୍ରେସନ ନମ୍ବର ୧୨୯୮/୮୦ ର ନିର୍ବାଚନ ଯୁଗ୍ମ ଲେବର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ଅଧିକାରୀଙ୍କ ତତ୍ୱାବଧାନରେ ଗତକାଲି ଟ୍ରେଡ ୟୁନିୟନ ବାଇଲ ଅନୁସାରେ ନିର୍ବାଚନ ଆୟୋଜିତ କରାଯାଇଥିଲା । ସେଥିରେ ସଂଘର ସମୁଦାୟ ୨୫୯ ସଦସ୍ୟ ମଧ୍ୟରୁ ୨୪୧ ଜଣ ମତଦାନ କରିଥିଲେ । ଆୟୋଜିତ ନିର୍ବାଚନରେ ସଭାପତି ଭାବେ ଅରୁଣ କୁମାର ନାହାକ, ସହ ସଭାପତି ଭାବେ ବିଦେଶୀ ବେହେରା, ସାଧାରଣ ସମ୍ପାଦକ ଭାବେ ତେଜଶ୍ୱୀ ହୃଷିକେଶ ଆଚାର୍ଯ୍ୟ, ସହ ସମ୍ପାଦକ ଭାବେ ଗଣେଷ ବେହେରା ଏବଂ କୋଷାଧ୍ୟକ୍ଷ ଭାବେ ଯେତ୍ରବାସୀ ନାହାକ ନିର୍ବାଚନ ହୋଇଛନ୍ତି ।