ମଧ୍ୟବିତ୍ତ ପରିବାର ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା ପରେ ରାସନକାର୍ଡ ନଥିବା ମଧ୍ୟବିତ୍ତବର୍ଗଙ୍କୁ ସରକାର ଅଣଦେଖା କରୁଥିବା ମହାସଙ୍ଘ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସନକାର୍ଡଧାରୀମାନଙ୍କ ବ୍ୟାଙ୍କ ଆକାଉଁଟକୁ କୋଭିଡ ସହାୟତା ବାବଦ ଅର୍ଥ ଏକ ହଜାର ଟଙ୍କା ସିଧାସଳଖ ଯିବ । ଏବାବଦରେ ରାଜ୍ୟ ସରକାରଙ୍କ ୩୫୦କୋଟି ଟଙ୍କା ବ୍ୟୟ ହେବ । ଜତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ଯୋଗାଇ ଦିଆଯିବ । କିନ୍ତୁ କୋଭିଡ ସମୟରେ ନିଜର ଜୀବନ ଜୀବିକା ହରାଇଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକ ଯାହାର କି ରାସନ କାର୍ଡ ନାହିଁ ସେମାନେ କଣ ସରକାରଙ୍କ ସାବତ ପୁଅ ବୋଲି ମହାସଙ୍ଘ ପ୍ରଶ୍ନ କରିଛି । କୋଭିଡ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ରାଜ୍ୟରେ ଲକ୍ଷ ଲକ୍ଷ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜର ଜୀବିକା ହରାଇ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଥିବା ବେଳେ ରାଜ୍ୟ ସରକାର ରାସନକାର୍ଡଧାରୀଙ୍କ ପାଇଁ ସହାୟତା ଘୋଷଣା ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ଏହା ସରକାରଙ୍କ ଏକ ନିର୍ବାଚନି ଚାଲ ବୋଲି ମହାସଙ୍ଘ ଅଭିଯୋଗ କରିଛି । କୋଭିଡ ସମୟରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ମଧ୍ୟବିତ୍ତ ବର୍ଗ । ତେଣୁ ସେହି ବର୍ଗର ଲୋକମାନଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବା ସହ କୋଭିଡ ସହାୟତା ପ୍ରଦାନ କରାଯିବାକୁ ମହାସଙ୍ଘ ପକ୍ଷରୁ ରାଜ୍ୟ ସଭାପତି ପ୍ରଦିପ ମିଶ୍ର, ସମ୍ପାଦକ ହରେକୃଷ୍ଣ ପାତ୍ର, ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ବିଧୁଭୂଷଣ ମହାପାତ୍ର, ଆକାଶ ଦାସ, ଚିତ୍ତରଞ୍ଜନ ତରାଇ, ହରେକୃଷ୍ଣ ପଟ୍ଟନାୟକ, ସରୋଜ ରାଉତ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ