ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ତିନୋଟି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିବା ଜଣାପଡିଛି । କିନ୍ତୁ ଜିଲ୍ଲାର ଏକମାତ୍ର ଏନ୍‌ଏସି କାଶୀନଗର ବ୍ଲକ ସଦର ମହକୁମାର ନାମ ସେଥିରେ ନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି । ଏମାନେ କହିଛନ୍ତି ଯେ, କାଶୀନଗରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ସକାଶେ ବହୁ ଦିନରୁ ଦାବି ହୋଇ ଆସୁଛି । କିନ୍ତୁ ସେଥି ପ୍ରତି ସରକାର କି ଜିଲ୍ଲା ପ୍ରଶାସନ ଏଯାଏଁ କର୍ଣ୍ଣପାତ କରି ନାହାନ୍ତି । ସ୍ଥାୟୀ ବସ୍‌ଷ୍ଟାଣ୍ଡ ନଥିବାରୁ ବହୁ ବସ୍ ବାଇପାସ୍‌ରେ ଯାତାୟତ କରୁଛି । କାଶୀନଗର ସହର ଭିତରକୁ ଆସୁନାହିଁ । ଯେଉଁ ସ୍ଥାନକୁ ବର୍ତ୍ତମାନ ବସ୍‌ଷ୍ଟାଣ୍ଡ କୁହାଯାଉଛି ସେଠାରେ ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଯେଉଁ ହାତ ଗଣତି ବସ୍ ସେଠାକୁ ଆସୁଛନ୍ତି ସେସବୁର ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗଜପତି ଜିଲ୍ଲାର ଐତିହାସିକ ସହର କାଶୀନଗର ଠାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ସକାଶେ ଦାବି ହୋଇଛି । ଏହି ଅବସରରେ ବି ମତ ପ୍ରକାଶ ପାଇଛି ଯେ, ଇନ୍‌ଡୋର୍ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନୀୟ ପଶୁ ଚିକିତ୍ସାଳୟ ପରିସରରେ ସ୍ଥାନ ଚିହ୍ନିତ କରାଗଲା । ମାତ୍ର ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ବି ଉକ୍ତ ଷ୍ଟାଡିଅମ୍ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । କାଶୀନଗର ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର ଏ ବୈମାତୃକ ମନୋଭାବ କାହିଁକି ବୋଲି ପ୍ରଶ୍ନ ଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ