ବାଇକ ଧକ୍କାରେ ଗୋରୁ ଚରାଳି ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନମ୍ବର ଖଡମବେଡା ନିକଟରେରେ ଜଣେ ଗୋରୁ ଚରାଳି ଶନିବାର ସକାଳ ସମୟରେ ବାଙ୍ଗିରିପୋଷୀ ଆଡକୁ ଯାଉଥିବାବେଳେ ପଛରୁ ଏକ ବାଇକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକର ରକ୍ତଜୁଡୁବଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିଲାପରେ କିଛି ସମୟ ଅନ୍ତେ ତାର ପ୍ରାଣବାୟୁ ଉଡିଯାଇଥିଲା । ମୃତଯୁବକ ଅଶୋକ ମହାକୂଡର ଘର ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ମାନଗଳ ।ବାଇକଟି ଧକ୍କା ମାରି ଦୃତଗତିରେ ଖସି ପଳାଇଥିଲା ।ଖବର ପାଇ ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ