ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ) : ପବିତ୍ର ବଡ଼ ଦିନକୁ ନିଆରା ଢ଼ଙ୍ଗରେ ପାଳନ କଲେ କଟକର ଅଗ୍ରଣୀ ସମାଜ ସେବା ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ । ଗ୍ରୁପ ପକ୍ଷରୁ ଟାଙ୍ଗୀ ଗରୁଡ ଗାଁ ସ୍ଥିତ ବିଶ୍ୱନାକାହାଣୀ ଉଚ୍ଚ ବିଦ୍ୟାଳୟରେ ଏକ ନିଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଓ ଶୀତ କାଳୀନ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି ଶିବିରରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ସ୍ଥାନୀୟ ଗ୍ରାମ ବାସୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ନିଶୁଳ୍କ ଚିକିତ୍ସା,ରକ୍ତ ପରୀକ୍ଷା, ନିଶୁଳ୍କ ଔଷଧ ବଣ୍ଟନ, ଚକ୍ଷୁ ଚିକିତ୍ସା କରାଯିବା ସହ କୋଭିଡ ଟୀକା ନ ପାଇ ଥିବା ଗ୍ରାମବାସୀଙ୍କୁ କୋଭିଡର ଟୀକା ମଧ୍ୟ ଦିଆଯାଇଥିଲା । ଏହି ଶିବିରରେ ଚକ୍ଷୁ, ମେଡ଼ିସିନ, ଶିଶୁ,ସ୍ନାୟୁ, ଅର୍ଥପେଡି, ଚର୍ମ ବିଭାଗର ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ପାଇସ୍‌ଅପ୍ ଥଣ୍ଡା ମୃଦୁ ପାନୀୟ ଜଳର ଅଧ୍ୟକ୍ଷ ଶ୍ରୀ ଦେବେନ ରାଏ ମୁଖ୍ୟ ଅତିଥି ଭାବେ ରାସବିହାରୀ ଦାସ, ପ୍ରଭାତ ସ୍ୱାଇଁ, ହରିଷ ମହାପାତ୍ର, ସ୍ଥାନୀୟ ସରପଞ୍ଚ ସୁବୋଦ କୁମାର ସାମଲ, ଉକ୍ତ କଲେଜର ପ୍ରିନ୍ସିପାଲ ଡକ୍ଟର ସଚିତାନନ୍ଦ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟଟିକୁ ସମ୍ପାଦନ କାରିଥିଲେ । ଟ୍ରଷ୍ଟର ସଭାପତି ଶ୍ରୀମାନ ମନୋଜ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟ ପରିଚାଳିତ ହେବା ସହ ଆଗକୁ ମଧ୍ୟ ଏହି ପରି ଭାବେ ସେବା କାର୍ଯ୍ୟ ଜାରି ରହିବ ବୋଲି ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ