ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ତହସିଲ ଅଧିନ ଡାବର ଗ୍ରାମର କାଳନ୍ଦି ସେଠୀ ଓ ଜଟାଧାରୀ ସେଠୀଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନକାଣ୍ଡରେ ଏହି ଦୁଇ ପରିବାର ସର୍ବସ୍ୱ ହରାଇ ବେସାହାର ହୋଇଯାଇଛନ୍ତି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଜଗତସିଂହପୁରସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ବସୁମାତା’ର ସଂପାଦକ ଗୟାଧର ମହାନ୍ତି, ସଦସ୍ୟ ବିଭୁଦତ ସାହୁଙ୍କ ସହିତ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ସରପଂଚ ଡମ୍ବୁରଧର ସ୍ୱାଇଁ, ବିଜେଡି ନେତା ଗୌରାଙ୍ଗ ସ୍ୱାଇଁ, କୋରୁଅ ସରପଂଚ ଅରଣ୍ୟ ନାୟକ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ବାସନ ସାମଗ୍ରୀ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି ।


