ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଓ କନ୍ୟା ଶିବିର
କୋଦଳା , (ଯୁଗାବ୍ଦ ନ୍ୟୁଜ) : କୋଦଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱବଧାନରେ ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱବଧାନରେ ବରିଷ୍ଠ ଅର୍ଚାଯ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ସକାଳ ୮ଘ. ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପ୍ରଥମେ ବନ୍ଦନା ପ୍ରାଥନା ଓ ଜଳପାନ ପରେ ଶିଶୁମାନେ ମା ନାରାୟଣୀ ପୀଠ ଭ୍ରମଣରେ ଯାଇଥିଲେ । କନ୍ୟାମାନଙ୍କର ଡାକ୍ତର ପରାମର୍ଶ କରାଯିବା ସହ ଆବର୍ଜନାରୁ ଗୃହପକରଣ ତଥା ପୁନଃ ବିନିଯୋଗ ବ୍ୟବସ୍ଥା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଶିଶୁ ଭଉଣୀମାନେ ପୁରସ୍କୃତ ହୋଇଥିଲେ । ଏହାପରେ ଅପରାହ୍ନରେ ଆୟୋଜିତ ହାଟ ବଜାର କାର୍ଯ୍ୟକ୍ରମ ବେଶ ଲୋଭନୀୟ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅନିତା ଆଚାର୍ୟ୍ୟ, ଅତିଥି ପରିଚୟ ମାନସୀ ଗୁରୁମା, ବ୍ୟକ୍ତିଗତ ଗୀତ ପରିବେଷଣ ଚନ୍ଦ୍ରକଳା ଗୁରୁମା, ବିଷ୍ଣୁ ଗୁରୁମାଙ୍କ ଅମୃତ ବଚନ ପାଠ ଦ୍ୱାରା କାର୍ୟ୍ୟକ୍ରମ ପରିଚାଳନା କରାଯାଇଥିଲା ।