ଶ୍ରୀମଦ୍ ବାୟାବାବାଙ୍କ ଜନ୍ମଉତ୍ସବ ପାଳନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମହିପାଳ ଗ୍ରାମରେ ଥିବା ଶ୍ରୀନୃସିଂହ ଟିକିରି ମଠରେ (ବାୟାମଠରେ) ଶ୍ରୀମଦ୍ ବାୟାବାବାଙ୍କ ୧୨୪ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରେ ମହାସ୍ନାନ, ନବୈଦ୍ୟ, ଗୋପାଳ ସହସ୍ର ନାମପାଠ, ଗୀତାପାଠ ସହିତ ବାୟାବାବାଙ୍କ ସଂକୀର୍ତ୍ତନ ବାୟାପ୍ରେମୀ ଭକ୍ତମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମଠାଧୀଶ ବାବାଜୀ ହୃଷିକେଶ ଦାସ ମହାରାଜ ଓ ମଠର ଅନ୍ତେବାସୀ, ପରିଚାଳନା କମିଟି ସଭ୍ୟସଭ୍ୟାବୃନ୍ଦ ପରିଚାଳନା କରିଥିଲେ । କୋଭିଡ ନିୟମ ଅନୁପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଲାଗାୟିକା ସ୍ୱର୍ଣ୍ଣପ୍ରଭା ଲେଙ୍କାଙ୍କ ଦ୍ୱାରା ନାମଜପର ମହାତ୍ମ୍ୟ ସମ୍ପର୍କରେ ଏକ ପାଲା ପରିବେଷଣ କରାଯାଇଥିଲା ।


