ଡେରାବିଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବାସଂସ୍ଥା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଡେରାବିଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଶୀତକାଳୀନ ଜାତୀୟ ସେବାସଂସ୍ଥାର ସ୍ୱତନ୍ତ୍ର ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ୨୭ଜଣ ଶିବିରାର୍ଥୀ ଯୋଗଦେଇ ଡେରାବିଶ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିଥିଲେ । ଏଥିସହିତ ଚାଟେଶ୍ୱର ମନ୍ଦିର, ବାଣେଶ୍ୱର ମନ୍ଦିର, ଛତାବଟ ମହାପୁରୁଷ, ମା’ ବାସନ୍ତୀ ଦୁର୍ଗା ମନ୍ଦିର ପରିସର ଓ ଚାଟରା ଗାଁ ରାସ୍ତାକୁ ସଫେଇ କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ କୋଭିଡ ମହାମାରୀ ଓ ତତ୍ ସମ୍ପର୍କିତ ନିରାକରଣ କାର୍ଯ୍ୟକ୍ରମ ଉପରେ ଜନସଚେତନତା ସୃଷ୍ଟି କରିଥିଲେ । ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ଦିଲ୍ଲିପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଚାଟରାଚକଡା ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗଣେଶ୍ୱର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରାଥନୀମାନଙ୍କୁ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । ଜାତୀୟ ସେବା ସଂସ୍ଥା ଶିବିରର ଯୋଜନା ଅଧିକାରିଣୀ ତଥା ଇଂରାଜୀ ବିଭାଗ ଅଧ୍ୟାପିକା ଜ୍ୟୋସ୍ନାମୟୀ ଶତପଥୀ ସେବା ଶିବିରର କାର୍ଯ୍ୟକ୍ରମ ଉପରେ ବିବରଣୀ ପାଠ କରିଥିଲେ । ଶିକ୍ଷା ବିଭାଗ କର୍ମଚାରୀ ଶ୍ରୀନିବାସ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିବିରାଥନୀ ସୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ