ଜନଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତର ମହାନ ଜନନାୟକ,ରାଷ୍ଟ୍ରସେବକ, ଦେଶଭକ୍ତ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏବଂ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ଜୟନ୍ତୀ ଜନଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରି ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ପ୍ରଦୀପ କୁମାର ଦାଶ ଉଭୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଭାରତରେ ପରମାଣୁ ବୋମା ପରୀକ୍ଷା କରି ସାରା ବିଶ୍ୱକୁ ଆଚମ୍ବିତ କରିଦେଇଥିବା, ଦଙ୍ଗା ସମୟରେ ରାଜଧର୍ମ ପାଳନ ଉପରେ ଗୁରୁତ୍ୱାରୋପ କରି ଧର୍ମନିରପେକ୍ଷତାର ପରିଚୟ ଦେଇଥିବା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବପିଢୀଙ୍କୁ ଆହ୍ୱାନ ଦେଇଥିଲେ । ଏଥିସହିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ପଣ୍ଡିତ ମାଲବ୍ୟ ଭାରତମାତାର ସୁଯୋଗ୍ୟ ସନ୍ତାନ ଥିଲେ ବୋଲି ଶ୍ରୀ ଦାଶ କହିଥିଲେ । ଏହି ସଭାରେ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ଅଜୟ ପାତ୍ର, ଧ୍ରୁବ ବାବା, ଗୋପିନାଥ ମଲିକ, ସଞ୍ଜିବ ସାହୁ, ଦେବେଶ ଦାସ, ପ୍ରଫୁଲ୍ଲ ଦାସ, ବିବେକ ନାୟକ, କିସୁ ଜେନା ପ୍ରମୁଖ ଯୋଗଦେଇ ଉଭୟ ସ୍ୱର୍ଗତ ବାଜପେୟୀ ଓ ମାଲବ୍ୟଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ