ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା କମ୍ବଳ ବଂଟନ

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମୀଣ ଉନ୍ନୟନ ସଂସ୍ଥାର କର୍ମକର୍ତାମାନେ ବିଭିନ୍ନ ଗ୍ରାମ ପଂଚାୟତରେ ବୃଦ୍ଧ ବୃଦ୍ଧା, ରୋଗୀ, ଦିବ୍ୟାଙ୍ଗ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଓ ମହିଳାମାନଙ୍କୁ କମ୍ବଳ ବଂଟନ କରିଛନ୍ତି । ବିଗତ ୫ ବର୍ଷ ହେବ ସଂଗଠନର ପ୍ରତିଷ୍ଠାତା ଖଗେଶ୍ୱର ବିଶ୍ୱାଳ, ଅଧ୍ୟକ୍ଷ ଶତୃଘ୍ନ ପରିଡ଼ା, ସମ୍ପାଦକ ସୁମନ କୁମାର ବିଶ୍ୱାଳ, ସଦସ୍ୟ ଗୟାଧର ଜେନା, ରବିନ୍ଦ୍ରନାଥ ଓଝା, ସମ୍ବିତ ପଣ୍ଡା, ଲିପୁନ ବିଶ୍ୱାଳ ଓ ଅନ୍ୟମାନେ ଏହି କାର୍ଯ୍ୟ କରି ଆସୁଥିବା ବେଳେ ବନ୍ତର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଚଳିତ ବର୍ଷ ସହଯୋଗୀ ଡାକ୍ତର ମଳୟ କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ଜେନା ଓ ସତ୍ୟ ସମୀର ବିଶ୍ୱାଳ ପ୍ରମୁଖ କମ୍ବଳ ବଂଟନରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ