୨୫ ପଂଚାୟତର ଶକ୍ତି ହେଉଛନ୍ତି ଲୁଲୁ

ବନ୍ତ, (ଚାନ୍ଦିନୀ ମହାନ୍ତି) :ରବିବାର ବନ୍ତ ବ୍ଲକ୍ ସଦର ମହକୁମା ଠାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବ୍ଲକ୍ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ରାଜ୍ୟରେ ନବୀନ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ରାଜ୍ୟ ବିଜେଡି ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲ ଯୋଗ ଦେଇ ଦଳ ରହିଲେ ଆମେ ରହିବା ଏବଂ ନେତୃମାନଙ୍କୁ ଗୁରୁତ୍ୱ ଦେବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ନାଟ୍ୟକାର ଡଃ. ସୁଧାଂଶୁ ନାୟକ, ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ଚିନ୍ମୟ ଦାସ, ବ୍ଲକ୍ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଲକ୍ ମହିଳା ବିଜେଡି ସଭାନେତ୍ରୀ ନିହାରୀକା ରାଉତ, ବ୍ଲକ୍ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ବ୍ଲକ୍ ବିଜେଡି ସମ୍ପାଦକ ସୁବାସ ଦାସ, ଜଇନୁଲ ଆବେଦିନ୍‌, ଯୁବ ନେତା ବିପିନ ନାୟକ, ସରପଂଚ ବିଜୟ ବିଶ୍ୱାଳ, କୃପାସିନ୍ଧୁ ସେଠୀ, ଚିତରଂଜନ ଉଦ୍‌ଗାତା, ପର୍ଶୁରାମ ପାଣିଗ୍ରାହୀ, କାହ୍ନୁଚରଣ ଦାସ, ସୁଧୀର କୁମାର ନାୟକ ଯୋଗ ଦେଇ ବିଜୁବାବୁଙ୍କ ନୀତି ଆଦର୍ଶ ଓ ନବୀନ ବାବୁଙ୍କ ଜନହିତକାରୀ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ଦେବା ସହ ୨୫ ପଂଚାୟତର ଶକ୍ତି ପ୍ରୟାସକାନ୍ତି(ଲୁଲୁ) ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜିତେନ୍ଦ୍ର ନାୟକ, ସଂଜୟ ଦାସ, ଆଲୋକ ରାଉତ, ଅକ୍ଷୟ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବନ୍ତ ପଂଚାୟତର ସଂଜିତ କୁମାର ପଣ୍ଡା, ଚିନ୍ତାମଣି ମିଶ୍ର, ବିଷ୍ଣୁମୋହନ ପରିଡ଼ା, ସୌରଭ ଦାଶ, ରମେଶ ମଲ୍ଲିକ ଅନ୍ୟ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବାରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରା ଯାଇଥିଲା । ଏଥିରେ ୨୫ଟି ପଂଚାୟତର ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ