ସୂର୍ଯ୍ୟ ପୂଜାର ଇତିହାସ ଓ ଐତିହ୍ୟ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ଉଦଘାଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ସ୍ଥିତ ଯାତ୍ରୀ ନିବାସ ପରିସରରେ ଥିବା ବାଙ୍କୁଏଟ ହଲ ପରିସରରେ ଭାରତୀୟ ତୈଳ ନିଗମ ଓ ଭାରତୀୟ ଇତିହାସ ଗବେଷଣା ପରିଷଦ ମିଳିତ ସହାୟତାରେ ଭାରତୀୟ ବୈଷୟିକ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୩ଦିନିଆ ଜାତୀୟ ସ୍ତରୀୟ ସୂର୍ଯ୍ୟପୂଜାର ଇତିହାସ ଓ ଐତିହ୍ୟ ସମ୍ବନ୍ଧୀୟ କର୍ମଶାଳା କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲ କ୍ରିଷ୍ଣନ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ପ୍ରଫେସର ଗୋଦାବରୀଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜାତୀୟ କର୍ମଶାଳାରେ ଭୁବନେଶ୍ୱର ସ୍ଥିତ ଭାରତୀୟ ବୈଷୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଆର.ଭି ରାଜ କୁମାର, ବିଜୁପଟ୍ଟନାୟକ ବୈଷୟିକ ମହାବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଓମକାର ନାଥ ମହାନ୍ତି, ପ୍ରଫେସର ସ୍ଵରୂପ କୁମାର ମହାପାତ୍ର, ପ୍ରଫେସର ରାଜକୁମାର ଗୁଡୁରୁ ପ୍ରମୁଖ ଯୋଗଦେଇ ସୂର୍ଯ୍ୟ ପୂଜାର ଇତିହାସ ଓ ଐତିହ୍ୟ, ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ସୂର୍ଯ୍ୟ ନାରାୟଣ, କୋଣାର୍କ ସୂର୍ଯ୍ୟ ମନ୍ଦିର ସୌରଶକ୍ତିର ଏକ ପ୍ରାଣକେନ୍ଦ୍ର ଆଦି ବିଷୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ବିଶିଷ୍ଟ ଗବେଷକ ଡଃ ଅନିଲ ଧିର, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ନିବେଦିତା ମହାନ୍ତି, କୋଣାର୍କ ନଲେଜ ସେଣ୍ଟରର ଅଧ୍ୟକ୍ଷ ପ୍ରଫେସର ହରମୋହନ ପାଢୀ, ଗବେଷକ ସଂଜୟ କୁମାର ବରାଳ, ବରିଷ୍ଠ ସମାଜସେବୀ ହରିଶ୍ଚନ୍ଦ୍ର ଦାଶଙ୍କ ସମେତ ଓଡିଶା ତଥା ଓଡିଶା ବାହାରୁ ୬୦ରୁ ଉର୍ଦ୍ଧ୍ବ ଗବେଷକ, ଐତିହ୍ୟ ବିଶାରଦ ମାନେ ଯୋଗଦାନ କରି ସୂର୍ଯ୍ୟ ପୂଜାର ଇତିହାସ ଓ ଐତିହ୍ୟ ସମ୍ବନ୍ଧରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହି କର୍ମଶାଳା ଆସନ୍ତା ୨୮ତାରିଖରେ ଉଦଯାପିତ ହେବ ବୋଲି ପ୍ରଫେସର ଗୋଦାବରୀଶ ମିଶ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ