କେନ୍ଦ୍ରାପଡା ହାଇସ୍କୁଲ ୧୯୯୧ବ୍ୟାଚର ବନ୍ଧୁମିଳନ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଓଡିଶାର ଦ୍ୱିତୀୟ ସର୍ବପୁରାତନ ବିଦ୍ୟାଳୟ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୧ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସେକ ବରକାତୁଲ୍ଲାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନରେ ତତ୍କାଳୀନ ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ ଯୋଗଦେଇଥିଲେ । ଏହି ଅବସରରେ ପୁରାତନ ଶିକ୍ଷକ ମହମ୍ମଦ ଫଜଲେ ବାରି, ସହଦେବ ମାଟି, ଦେବେନ୍ଦ୍ର ରାୟ, ପଣ୍ଡିତ ଭ୍ରମରବର ନନ୍ଦ, ହେମନ୍ତ ଜେନା, ପହଲି ସ୍ୱାଇଁ, ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକଙ୍କୁ ଉତ୍ତରୀୟ ଓ ପିଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବଗଂତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ପୁରାତନ ଛାତ୍ରମାନଙ୍କୁ ବିଦ୍ୟାଳୟର ଉନ୍ନତି ପାଇଁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଥିର୍କ ସହଯୋଗ ପ୍ରଦାନ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବୀରେନ୍ଦ୍ର ପ୍ରସାଦ ସିଂ, ନିରଞ୍ଜନ ବେହେରା, ସାବିର ଖାନ, ସେକ ଜାବିର, ଇମତିୟାଜ ଅହେମଦ, ଟି. ଜ୍ୟୋତି ରାଓ, ରହିମ ଖାନ, ଭଗବତୀ କର, ସେକ ବୁରାନଅଲ୍ଲୀ, ସଞ୍ଜୟ ପଢିହାରୀ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ