ସ୍କୋୟେ ମାର୍ଶଲ ଆର୍ଟ ଲଢେଇ ଗଜପତିର ୭ ପ୍ରଶିକ୍ଷାର୍ଥୀ ମନୋନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗୋଆର ମଡଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ୪ଦିନିଆ ସ୍କୋୟେମାର୍ଶାଲ ଆର୍ଟ ପ୍ରତିଦ୍ବନ୍ଦ୍ବିତା ପାଇଁ ଗଜପତି ଜିଲ୍ଲା ରାମଗିରିରୁ ୭ଜଣ ପ୍ରଶିକ୍ଷାର୍ଥୀ ମନୋନୀତ ଏହି ଟିମରେ ସମୁଦାୟ ୪୦ଜଣ ପ୍ରତିଦ୍ୱନ୍ଦୀତା ଥିବା ବେଳେ ଏଥିରୁ ୭ଜଣ କେବଳ ରାମଗିରି ଅଞ୍ଚଳର ସେମାନେ ହେଲେ ସୁବ୍ରତ ପ୍ରଧାନ(ରାମଗିରି), ରୋହିତ ବଡରଇତ(ତବାରସିଂ), ଯଶମନ୍ତ ରାଇକା(ଡମ୍ବାଳ), ରାଜେଶ ମାଳି(ଜିରାଙ୍ଗ) , ଦେବାଶିଷ ପ୍ରଧାନ(ରାମଗିରି), ପ୍ରଦୀପ ଭୂୟାଁ(ରାଶୀବାଡ) ଓ ସୁଦାମ ଚରଣ ଭୂୟାଁ(ଜାଲ)। ପ୍ରତିଯୋଗୀମାନେ ୨୩ରୁ ଯାତ୍ରା କରବେ ଏବଂ ୨୬ରେ ନିଜର ପ୍ରଥମ- ପ୍ରତିଦ୍ୱନ୍ଦୀତାଙ୍କୁ ଭେଟିବେ । ପ୍ରତିଯୋଗିତା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ରାମଗିରି ଥାନା ଅଞ୍ଚଳର ରାଜକୁମାର ଲିମା ପ୍ରଶିକ୍ଷକ ଭାବେ ଏମାନଙ୍କ ସହ ଯାତ୍ରା କରିବେ । ୨୦୧୭-୧୮ରୁ ୨୦୨୧ ଡିସେମ୍ବର ମଧ୍ୟରେ ରାଜକୁମାର ଲିମା ପ୍ରତିଯୋଗୀଙ୍କୁ ଗୋଆ ନେବା ଭଳି ସୌଭାଗ୍ୟ ଦ୍ଓ୍ବିତୀୟ ବାର ଘଟିଛି । ତେବେ ,ଆଥିକ ପ୍ରୋତ୍ସହନ ଅଭାବରୁ ଏହି ଆର୍ଟ ପ୍ରତି ପିଲାଙ୍କ ଆଗ୍ରହ କମି ଯାଉଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଲେ ପିଲାଙ୍କ ଯାତ୍ରା ସୁଗମ ହୁଅନ୍ତୁ ବୋଲି ମତପ୍ରକାଶ ପାଇଛି ।


