ବ୍ରହ୍ମପୁୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଛତ୍ରପୁର ଓକିଲ ସଂଘର ସତ୍ୟାଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା) :ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଛତ୍ରପୁର ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତି ମାସର ଶେଷ କାର୍ଯ୍ୟ ଦିବସକୁ ଛତ୍ରପୁର ଓକିଲ ସଂଘର ସଦସ୍ୟମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସତ୍ୟାଗ୍ରହ କରୁଛନ୍ତି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ୍‌.ଗୋପାଳ ରାଓଙ୍କ ସମେତ ବହୁ ଆଇନଜୀବୀ ବିଭିନ୍ନ ନାରାବାଜି ଦେଇ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ବେହେରା, ଡି. ଆଦିନାରାୟଣ ରେଡ୍ଡି, ମନ୍ଧେକ୍ସ କୁମାର ବେହେରା, ଜି. ଧର୍ମରାଜୁ ରେଡ୍ଡି, ଅପସରା ଜାନ୍ ଙ୍କ ସମେତ ବହୁ ଆଇନଜିବୀ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ