ରେଳ ଧାରଣାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର
ତିର୍ତ୍ତୋଲ, (ଯୁଗାବ୍ଦ ନ୍ୟୁଜ୍) : ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ ପାରାଦୀପ ରେଳ ଧାରଣା ବନ୍ଧବାଟି ଲେବଲ୍ କ୍ରସିଂ ନିକଟରୁ ରବିବାର ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛିି । ମିଳିଥିବା ସୁଚନା ଅନୁଯାୟୀ ଆଜି ଭୋର ସକାଳୁ ସ୍ଥାନୀୟ ଲୋକମାନେ କ୍ଷତ ବିକ୍ଷତ ଅବସ୍ଥାରେ ଜଣେ ଯୁବତୀଙ୍କ ଶବ ପଡିରହିଥିବା ଦେଖିଥିଲେ । ଖବର ପାଇ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରୁ ରେଳ ଟିକଟ୍, ଏକ ମନି ପର୍ସ ଜବତ କରିଛି ପୋଲିସ । ଗତକାଲି ରାତିରେ କଟକରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ଟ୍ରେନରୁ ଖସିପଡି ମୃତବରଣ କରିଥିବା ଅନୁମାନ କରାଯାଉଥିବା ବେଳେ ସ୍ଥାନୀୟ ଲୋକ ମନରେ ଚର୍ଚ୍ଚା ଚାଲିଛି ଯୁବତୀ ଜଣଙ୍କୁ କେହି ହତ୍ୟାକରି ରେଳ କଡରେ ଫୋପାଡି ଦେଇଥିବା ଅନୁମାନ କରୁଛନ୍ତି । ପୋଲିସ ସମସ୍ତ ଦିଗରୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରୀ ରଖିଛି ।


