ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଶିକ୍ଷକ ଜେଲ ଗଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଏକ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଜନୈକ ଶିକ୍ଷକ ଜେଲ ଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ବଡଫୋଗଳ ଗ୍ରାମର ଭଞ୍ଜକିଶୋର ଜେନା ଗତ ୨୪ତାରିଖରେ ଘରୁ ଡେରାବିଶ ବ୍ଲକକୁ ଯାଉଥିବା ସମୟରେ କାଉପଡା ପଞ୍ଚାୟତର ଭୂଇଁପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ପ୍ରଭଞ୍ଜନ ମିଶ୍ର ଓ ଅନ୍ୟ କେତେକ ଦୁର୍ବୁତ୍ତ ପୂର୍ବ ଶତୃତାକୁ ନେଇ ଭଞ୍ଜଙ୍କୁ ଲୁହାରଡରେ ମରଣାନ୍ତଙ୍କ ଆକ୍ରମଣ କରିଥିବା ତାଙ୍କ ଭାଇ ବୀରବର ଜେନା ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । ଡେରାବିଶ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସେହି ଘଟଣାରେ ଶିକ୍ଷକ ପ୍ରଭଞ୍ଜନ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର କେନ୍ଦ୍ରାପଡା ଏସଡିଜେଏମ ଅଭିଯୁକ୍ତ ଶିକ୍ଷକ ପ୍ରଭଞ୍ଜନଙ୍କ ଜାମିନ ଆଦେଦନକୁ ନାମଞ୍ଜୁର କରିଦେବାରୁ ତାଙ୍କୁ ବାରିମୂଳସ୍ଥିତ ଉପକାରଗାରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ