‘ମନ ମୋର କାଗଜ ଗୁଡ଼ି’ ର ମ୍ୟୁଜିକ ରିଲିଜ : ପରଦାରେ ଆସିବେ ସୁର ରାଉତରାୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିବେଦିତ ଏବଂ ଆମ୍ରୀ ମ୍ୟୁଜିକ ସହଭାଗିତାରେ ରିଲିଜ ହୋଇଛି ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ମ୍ୟୁଜିକ । ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର । ନିକଟରେ ଏହାର ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ କୁମାର ରାଉତରାୟ, ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ, ସମାଜସେବୀ ଅର୍ଜୁନ ସାହୁ ପ୍ରମୁଖ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମନସ ପଡ଼ିହାରୀ । ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ । ଏଥିରେ ମୁଖ୍ୟ ଭୂମିକାରେ ରାକେଶ, ଭୂମିକା ଏବଂ ପ୍ରୀତିରାଜ, କୁମାର ଐଶ୍ୱର୍ଯ୍ୟା, ଜିତୁ, ଦେବୀ ବାରିକ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ଭକ୍ତ, ସୁହାନା, ମମତା ଦାସ, ଦିବ୍ୟାଂଶ । ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଅତିଥି କଳାକାର ଭାବେ ଦେଖିବାକୁ ମିଳିବେ । ଏଥିରେ ନାୟିକା କୌଣସି କାରଣରୁ ଅନାମନା ହୋଇ ଡ୍ରଗ୍ସ ସେବନ କରୁଛି ।


