ଚା’ତିଆରି କରୁଥିବାବେଳେ ଷ୍ଟୋଭରୁ ନିଆଁ ଲାଗି ଯୁବକ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ହାଡଭଙ୍ଗା ଶୀତକୁ ଅର୍ଦ୍ଧ ରାତିରୁ ଅଦିନିଆ ବର୍ଷା । ଥରୁଛି ବାମନଘାଟି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବୁଧବାର ସକାଳେ ତିରିଂ ଥାନା ଅନ୍ତର୍ଗତ ମଝିଗାଁର ଅଂଚଳର ମଝିଗାଁର ଜନୈକ ଯୁବକ ବାରିସା ମାରାଣ୍ଡି (୩୫) ତାଙ୍କ ନାନି ଘର ଯଶିପୁରରେ ଘରେ ଥିବାବେଳେ ଚା’ତିଆରି କରୁଥିଲେ । ଚା’ତିଆରି କରୁଥିବାବେଳେ କୌଣସ କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁରେ ପୋଡି ଯୁବକ ଗୁରୁତର ହୋଇଥିଲେ । ତାଙ୍କର ଶତକଡା ୮୦ ଭାଗ ପୋଡିଯାଇଛି । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରିସ୍ଥିତି ଗୁରୁତର ଥିବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାଟି ଆଜି ସକାଳେ ୮ଟା ସମୟରେ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ