ପାରାଦୀପ ବନ୍ଦର ଯାନ୍ତ୍ରୀକ କୋଇଲା ବୋଝେଇ ପ୍ଲାଣ୍ଟ ଦ୍ୱାରା ସର୍ବକାଳୀନ ରେକର୍ଡ

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ବନ୍ଦରର ଯାନ୍ତ୍ରୀକ କୋଇଲା ବୋଝେଇ ପ୍ଲାଣ୍ଟ (ଏମ୍‌.ସି.ଏଚ୍‌.ପି) ଦ୍ୱାରା ଡିସେମ୍ବର ମାସରେ ସର୍ବକାଳୀନ ରେକର୍ଡ ସ୍ଥାପନ କରାଯାଇଛି । ଡିସେମ୍ବର ମାସ ୨୦୨୧ରେ ଏହି ପ୍ଲାଣ୍ଟରେ ୬୬୬ଟି ବୋଗି ଓପନ ବଟମ ରାପିଡ୍ ଡିସ୍‌ଚାର୍ଯ ହୋପର ଓାଗନ୍‌(ବିଓବିଆର୍‌ଏନ୍‌) ରେକ୍‌ରୁ ପଣ୍ୟ ଖଲାସ କରାଯାଇଛି । ଗତ ନଭେମ୍ବର ମାସରେ ୬୬୧ଟି ରେକ୍‌ରୁ ପଣ୍ୟ ଖଲାସ କରାଯାଇଥିଲା । ଯାହାକି ୨୦୧୬ ମସିହା ମାର୍ଚ୍ଚ ମାସର ରେକର୍ଡ ଅତିକ୍ରମ କରିଛି । ୨୦୧୬ ମସିହା ମାର୍ଚ୍ଚ ମାସରେ ପାରାଦୀପ ବନ୍ଦରରେ ୨୪,୪.୧୯୫ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଜାହାଜ ମାଧ୍ୟମରେ ହୋଇଥିଲା । ଚଳିତ ଡିସେମ୍ବର ମାସରେ ଏହି ରେକର୍ଡ ଅତିକ୍ରମ କରି ୨୭,୦୨,୫୫୮ ମେଟ୍ରିକ୍ ଟନ୍ ପଣ୍ୟକାରବାର ହୋଇଛି । ଏହି ସଫଳତା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଏହି ସହିତ ସଂଶ୍ଲିଷ୍ଟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ