ବାବା ଗଙ୍ଗେଶ୍ୱର ସ୍ମାରକୀ କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଘାଟିତ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ) :ଧାମନଗର ବ୍ଲକ ଅନ୍ତର୍ଗତ ଗଡ଼ିଆଳି ଠାରେ ରବିବାର ଦିନ ବାବା ଗଙ୍ଗେଶ୍ୱର ଯୁବକ ସଙ୍ଗ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥୀ ଭାବେ ଗଢିଆଳି ସରପଞ୍ଚ ଶ୍ରୀମତୀ ସୁକାନ୍ତି ମିଶ୍ର ଓ ସଂମାନିତ ଅତିଥି ଭାବେ ସମିତିସଭ୍ୟ ହରେକୃଷ୍ଣ ପାଢ଼ୀ ସମାଜ ସେବୀ ତରକାନ୍ତ ମିଶ୍ର, ରାସ ବିହାରି ମହାନ୍ତି ଯୋଗଦେଇ ଫିତା କାଟି ଖେଳଟିକୁ ଉଦଘାଟନ କରିଥିଲେ । ୧୭ଟି ଦଳ ବିଶିଷ୍ଟ ଏହି ତୁର୍ଣ୍ଣାମେଣ୍ଟରେ ପ୍ରଥମଦିନରେ ୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମେ ବାଘୁଆରୀ ଓ ତାମ୍ପଳା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତାମ୍ପଳା ଟସ ଜିତି ବ୍ୟାଟିଂ ଜାରିରଖି ୧୨ ଓଭର ବିଶିଷ୍ଟ ଖେଳରେ ୫୪ ରନ ସଂଗ୍ରହ କରିଥିଲା । ତାର ଜବାବରେ ବାଘୁଆରୀ ୧୦ ଓଭର ଖେଳି ତାର ମୂଲ୍ୟବାନ ୮ ଗୋଟି ୱଇକେଟ ହରାଇ ଆଜିକାର ଉଦଘାଟନ ମ୍ୟାଚ ରେ ବିଜୟୀ ହୋଇଥିଲା । ସେହିପରି ଦ୍ଵତୀୟ ଖେଳରେ ତୁଡ଼ଗାଁ ଓ ବମକୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତୁଡ଼ଗାଁ ଟସ ଜିତି ୧୨ ଓଭରରେ ୯ ୱଇକେଟ ହରାଇ ୬୬ ରନ କରିଥିଲା। ଜବାବରେ ବମକୁରା ଟିମ ପିଛାକରି ୧୨ ଓଭର ଖେଳି ତାର ସମସ୍ତ ଓଇକେଟ ହରାଇ ୩୮ ରନ କରି ପରାସ୍ତ ହୋଇଥିଲା । ଆଜିକାର ଖେଳରେ ଧାରାବିବରଣୀ ଟୁଟୁ ମିଶ୍ର ଦେଇଥିବା ବେଳେ ସ୍କୁରର ଭାବେ ଅଭିଷେକ ବାରିକ, ଗୁପବନ୍ଧୁ ସେଠୀ ଓ ଲିଟୁନ ସେଠୀ ରହିଥିଲା ବେଳେ ଖେଳ ପରିଚାଳନା କରିଥିଲେ ବିକାଶ ସ୍ୱାଇଁ, ସଞ୍ଜୟ ମହାନ୍ତି, ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନକଙ୍କ ମଧ୍ୟରେ ସର୍ବେଶ୍ୱର ବେହେରା ପ୍ରକାଶ ସ୍ୱାଇଁ, ସତ୍ୟଜିତ ମିଶ୍ର, ସନ୍ତୋଷ ଲେଙ୍କା, ଲିପୁନ ସେଠୀ, ରମେଶ ସାହୁ, ସରୋଜ ଗୁରୁ, ସତ୍ୟ ପ୍ରକାଶ ସେଠୀ , ରାକେଶ କୁମାର ସ୍ୱାଇଁ ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ