“ଅପସରି ଯାଇଥିବା ସ୍ମୃତିକୁ ଉଜ୍ୱୀବିତ କରେ ବନ୍ଧୁମିଳନ”, ସମାଜସେବା କାର୍ଯ୍ୟ ପାଇଁ ହେଲେ ଏକାଠି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବ୍ୟକ୍ତି ସଂସାରର ସବୁଠୁ ଭଲ ବନ୍ଧୁ । ଆଜିର ସମାଜରେ ଧୀରେ ଧୀରେ ହଜି ଯାଉଛି ମଣିଷପଣିଆ! ସ୍ୱାର୍ଥବାଦୀ ମଣିଷ ଗର୍ବ ଅହଂକାରରେ ବୁଡ଼ି ଆପଣାର ଲୋକଙ୍କୁ ବି ପର କରିବାକୁ ପଛାଇ ଯାଉନି । ଭୂଲିଯାଉଛି ରକ୍ତ ସମ୍ପର୍କର ନିବିଡ଼ତା ଓ ଆତ୍ମିୟ ସ୍ୱଜନଙ୍କୁ! ମନରୁ ଧୀରେ ଧୀରେ ପୋଛି ଦେଉଛି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ସ୍ମୃତି ଓ ଅନୁଭୂତିକୁ! ପୁରୁଣା ସ୍ମୃତିକୁ ସାଇତି ରଖିବାରେ ବନ୍ଧୁ ମିଳନ ହେଉଛି ଏକ ପ୍ରକୃଷ୍ଟ ସ୍ଥାନ । ଯିଏ ଯେଉଁଠାରେ ଥିଲେ ବି ଗୁରୁଜନ ଓ ପୂଜ୍ୟପୂଜାକୁ କେବେ ଭୂଲିବା ନାହିଁ । ସେମାନଙ୍କୁ ସମ୍ମାନ ଜଣାଇଲେ ଆମ ଉପରେ ଆର୍ଶିବାଦ ବରଷିବ ବୋଲି ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ୮୯-୯୧ ବ୍ୟାଚ୍ ର ବନ୍ଧୁମିଳନ କୋଭିଡ଼୍ କଟକଣାରେ ରାଜଧାନୀର ହୋଟେଲ ଏକ୍ସଲେନ୍ସିରେ କାର୍ଯ୍ୟକ୍ରମରେ ଯୋଗ ଦେଇ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପଣ୍ଡା ପରିଚାଳଣାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭିଁଏ ବନ୍ଧୁ ପରିଜନ ଓ ଆତ୍ମିୟ ସ୍ୱଜନ ବିଗତ ଦିନର ସ୍ମୃତି ଅନୁଭୂତିକୁ ବଖାଣି ପରସ୍ପର ମଧ୍ୟରେ ଖୁସି ବାଂଟିଥିଲେ । ଏହି ଅବସରରେ ସଙ୍ଗୀତ ପରିବେଷଣ କରାଯିବା ସହ ଭବିଷ୍ୟତରେ ସମାଜସେବା ପାଇଁ ଅନୁଷ୍ଠାନ କରିବାକୁ ନିଷ୍ପିିତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ