ଡିକି ଖୋଲି ଲୁଟିନେଲେ ଅଣଚାଷ ହଜାର(୪୯,୦୦୦ଟଙ୍କା)

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ସମ୍ମୁଖରେ ଜନୈକ ବ୍ୟକ୍ତିଙ୍କ ସ୍କୁଟି ଡିକି ଖୋଲି ଅଜଣା ଦୁଇ ଲୁଟେରା ୪୯,୦୦୦ ଟଙ୍କା ଲନେଇ ଖସି ପଳାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଲିଆଢିହା ଗ୍ରାମର ରାମଦାସ ଟୁଡୁ ଶୁକ୍ରବାର ଦିନ ରାଇରଙ୍ଗପୁର ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆରୁ ୪୯,୦୦୦ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖି ରାଇରଙ୍ଗପୁର ହାଇସ୍କୁଲ ପାଖକୁ ଯାଇ ସ୍କୁଟି ରଖି ପାଖ ଲୁଗା ଦୋକାନକୁ ଲୁଗା କିଣିବାକୁ ଯାଇଥିଲେ । ତାଙ୍କର ଯିବା ଦେଖି ଦୁଇ ଦୁବୃତ୍ତ ହଠାତ ପହଞ୍ଚି ଡିକି ଖୋଲି ଟଙ୍କା ଥଳି ନେଇ ଖସି ଯାଇଥିଲେ । ରାମଦାସ ଆସି ଦେଖନ୍ତିତ ଡିକି ଖୋଲା ଅଛି ଓ ଟଙ୍କା ଥଳି ନାହିଁ । ପାଖ ଦୋକାନୀ ସୂଚନା ଦେଇଥିଲେ ଦୁଇଜଣ ଲୁଟେରା ପହଞ୍ଚି ଡିକି ଖୋଲି କ’ଣ ନେଇ ପଳାଇଗଲେ । ଏହାକୁ ନେଇ ରାମଦାସ ଟୁଡୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହାକୁ ନେଇ ଥାନାରେ ଏକ ମାମଲା କେଶ ନଂ ୨୮୬/୨୧ ରୁଜୁ ହୋଇ ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ