ସୋସିଆଲ ମିଡିଆରେ ଭିଡିଓ ଭାଇରାଲହେଲା ଦୁଇ ମଦ୍ୟପଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ୍

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କୁଟିକିଆ ଝୁଲା ବ୍ରିଜ ଉପରେ ଦୁଇ ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିtଳିଛି l ବାଲିଗୁଡା ଠାରୁ ଦଶ କିଲୋମିଟର ଦୂର ଖଡ଼ଗ ନଦୀ ଉପରେ ହୋଇଥିବା ଝୁଲା ବ୍ରିଜକୁ ନୂଆବର୍ଷ ଅବସରେ ନୁଆବର୍ଷର ପ୍ରଥମ ରବିବାର ଦିନ ପାଞ୍ଚହଜାରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ନଦୀ କୂଳରେ ବ୍ରିଜ ନିକଟରେ ଭୋଜି ଭାତର ଆସର ଜମିଥିଲା l ଏହି ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି l ଦୁଇ ଆଦିବାସୀ ଯୁବକ ନଦୀ ଠାରୁ ପ୍ରାୟ ଦୁଇଶହ ମିଟର ଉଚ୍ଚତା ପୋଲ ଉପରେ ଥିବା ତାରକୁ ଚଢି ଯାଇ ରାମାୟଣ ମ୍ୟୁଜିକର ତାଳେ ତାଳେ ଷ୍ଟଣ୍ଟ ଦେଖାଇଥିଲେ । ଆଉ କିଛି ଯୁବକ ପର୍ଯଟକଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ପୋଲ ଉପରେ ଦ୍ରୁତ ଗତିରେ ବାଇକ ଚାଳନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସବୁ ଘଟଣା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଘଟିଗଲା । ଦୁଇ ମଦ୍ୟପ ଯୁବକଙ୍କ ଅଜବ ଯୁକ୍ତି ଯେ ପ୍ରଶାସନ ନିମ୍ନ ମାନର ବ୍ରିଜ କରିଥିବାରୁ ପୋଲ ଭାଙ୍ଗି ରୁଜି ଗଲାଣି । ଅଭିଯୋଗ ପରେ ବି ପ୍ରଶାସନ ଶୁଣୁନି । ତେଣୁ ବାଧ୍ୟ ହୋଇ ଆତ୍ମହତ୍ୟାର ଧମକ ଦେବାପାଇଁ ପୋଲ ଉପରେ ଚଢିଥିଲୁ l ହଜାର ହଜାର ଜନ ଗହଳି କରି ସରକାରୀ ଗାଇଡ଼ ଲାଇନ ଉଲ୍ଲଙ୍ଘନ ହୋଇଥିଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ନିଆଯାଇ ନାହିଁ । ସେହିପରି ଭୟଙ୍କର ଷ୍ଟଣ୍ଟ କରି ଲୋକଙ୍କୁ ଭୟଭୀତ କରିବା ସହିତ ହଇରାଣ କରୁଥିବା ଦୁଇ ଯୁବକଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ନିଆଯାଇ ନାହିଁ l ଏନେଇ ବାଲିଗୁଡା ଥାନା ପୋଲିସ ତଦନ୍ତ କରୁଥିବା ଜଣାପଡିଛି  l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ