ସମାଜସେବୀଙ୍କ ଦ୍ୱାରା କମଳ ବଣ୍ଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସମାଜସେବୀ ପାର୍ଥସାରଥୀ ବେହେରା କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବାଳିସିଂ ଗ୍ରାମର ଅସହାୟ, ଗରିବ ୧୦ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦାମୋଦର ସାହୁ, ସନାତନ ଦାସ, ଦଳିତ ନେତା ନଗେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଡିହବଳରାମପୁର ଗ୍ରାମର ଅସହାୟମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ୪ଜଣ କର୍କଟ ରୋଗୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି ପରିବେଶବିତ, ପ୍ରକୃତିବନ୍ଧୁ ଶିକ୍ଷକ ଶ୍ରୀ ବେହେରା । ଏହାବ୍ୟତିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଫୋରପୋଲ ଛକରେ ସମାଜସେବୀ ଶ୍ରୀ ବେହେରା ବିଭିନ୍ନ ବୃକ୍ଷର ଚାରା ଲୋକମାନଙ୍କୁ ବଣ୍ଟନ କରି ପରିବେଶ ସୁରକ୍ଷା ନିମନ୍ତେ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ