ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପରିବର୍ତ୍ତନ ପାଇଁ ୪୦୫ ଆପତ୍ତି ଅଭିଯୋଗ ଦାଖଲ

ଛତ୍ରପୁର, (ଦେବଦତ୍ତ ମହାରଣା) :ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ଚିଠା ତାଲିକା ପାଇଁ ଅପତ୍ତି ଅଭିଯୋଗ କରିବା ସମୟ ବି ଶେଷ ହୋଇଛି । ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପରିବର୍ତ୍ତନ ପାଇଁ ପ୍ରଶାସନ ନିକଟରେ ୨୬ଟି ଆପତ୍ତି ଅଭିଯୋଗ ହୋଇଛି । ସେହିପରି ସରପଞ୍ଚ ପାଇଁ ୨୧୦, ସମିତିସଭ୍ୟ ପାଇଁ ୧୪୦ ଏବଂ ୱାର୍ଡମେମ୍ବର ଆସନର ସଂରକ୍ଷଣ ତାଲିକା ପରିବର୍ତ୍ତନ ଲାଗି ୨୯ ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ସୂଚନା ମିଳିଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୨୭ ତାରିଖରେ ସାନି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିଲା । ସଂରକ୍ଷଣ କ୍ଷେତ୍ରରେ ଜାନୁଆରି ୩ ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ସମୁଦାୟ ୪୦୫ ଟି ଅଭିଯୋଗ ପ୍ରଶାସନକୁ ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ଜନସଂଖ୍ୟା ଦୃଷ୍ଟିର ଓଡିଶାର ବୃହତ୍ତମ ଜିଲ୍ଲା ଗଞ୍ଜାମର ୨୨ଟି ବ୍ଲକର ୩ ହଜାର ୨୫୦ ଟି ଗାଁରେ ନିର୍ବାଚନ ହେବ । ୨୨ ବ୍ଲକର ୫୦୩ ପଞ୍ଚାୟତ ପାଇଁ ୫୦୩ ସରପଞ୍ଚ ଓ ୫୦୩ ସମିତି ସଭ୍ୟ , ୭୧୦୧ ୱାର୍ଡମେମ୍ବର, ୬୯ ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ପାଇଁ ମତଦାନ ହେବ । ପରେ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ