ରେଳବାଇ ରେ ଚାକିରି କରିବା ନାରେ ଠକେଇ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ବ୍ଲକର କିତିଙ୍ଗୀ ଗ୍ରାମରେ ରହୁଥିବା ଗେପୀନାଥ ରାଜୁ ରେଳବାଇ ରେ ଚାକିରି କରିବା ନାରେ ଠକେଇର ଶିକାର ହୋଇଥିବା ସୂଚନା ମିଳି । ପ୍ରାପ୍ତ ସୁଚନା ଅନୁଯାୟୀ ପାରଳାଖେମୁଣ୍ଡି ଥାନା ଇଧିନସ୍ତ ଇନ୍ଦୁକଣ୍ଡା ଗ୍ରାମରେ ରହୁଥିବା ଲିମ୍ମା ରାଜକୁମାର ୩୦ ବର୍ଷ, ପିତା ଲିମ୍ମା ସମୁଦ୍ରୀ ଯେ କି ପାରଳାଖେମୁଣ୍ଡିର ରେଳବିଭାଗରେ ସେକ୍ୟୁରିଟିଗାର୍ଡ ହିସାବରେ କାମ କରନ୍ତି ଓ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲା ଅଧିନସ୍ଥ ବଳଦା ଗ୍ରାମରେ ରହୁଥିବା କେ ଲକ୍ଷ୍ମଣ ରାଓ ୫୫ ବର୍ଷ ପିତା କେ କୁର୍ମେୟା ଯେ କି ବିଶାଖାପାଟଣା ରେଳ ବିଭାଗରେ ମେଡିକାଲ ଏଟେଡେଣ୍ଟ ହିସାବରେ କାମ କରନ୍ତି ଦୁହେଁ ମିଶି ବିଭିନ୍ନ ଲୋକଙ୍କୁ ରେଳବାଇ ରେ ଚାକିରୀ କରାଇଦେବାର ନାରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଶେଷରେ ପୋଲିସ ହାତରେ ପଡିଛନ୍ତି । କାଶୀନଗର ଥାନା ଅଧିକାରୀ ସୁସାନ୍ତ କୁମାର ସାହୁ ଦୁହିଁଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏକ ପଲସର୍ ଗଡି ଏପି ୩୯ଏଛଭି ୭୩୨୦,ପ୍ରାୟ୬୦ ହଜାର ଟଙ୍କା ନଗଦ, ରେଳବାଇ ସମନ୍ଧିତ କାଗଜପତ୍ର ଦୁହିଁଙ୍କ ଠାରୁ ଜବତ କରି କେସ ନଂ ୧/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଥାନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଆହୁରି କେହି ଯଦି ଏମାନଙ୍କ ଦ୍ୱାରା ଶିକାର ହୋଇଥିବେ ତେବେ ତୁରନ୍ତ ଥାନା ସହ ଯୋଗାଯୋଗ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ