ଅଗରବତୀ ନିର୍ମାଣ ତାଲିମ କାର୍ଯ୍ୟକ୍ରମର ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ନାମନଗଡ ଗ୍ରାମରେ ଅଗରବତୀ ନିର୍ମାଣ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ନାମନଗଡ ଗ୍ରାମରେ ଅଗରବତୀ ନିର୍ମାଣ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ତାରିଖ ୦୬.୦୧.୨୦୨୨ ଦିନ ଅନୁଷ୍ଠିତ ହୋଇଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ନାମନଗଡ ଗ୍ରାମ ପଞ୍ଚାୟତର ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ମହିଳା ତାଲିମ ନେବେ । ଉଦଘାଟନ ସଭାରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ସଭାପତିତ୍ଵ କରିଥିଲେ । ଓଡିଶା ଜୀବିକା ମିଶନ ର ଗୁମ୍ମା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ସତ୍ୟବାଦୀ ପାଇକ, ୟଙ୍ଗ ପର୍ଶନ ଶ୍ରୀ ଗୌତମ ପରିଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଗୁମ୍ମା ବ୍ଲକ ବିଟିସି ଶ୍ରୀମତୀ ରାଜେଶ୍ଵରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ