ବାଲେଶ୍ୱର ସଂସ୍କୃତି ସମିତିର : ‘ବାଲେଶ୍ୱର ମହୋତ୍ସବ ଓ ବନ୍ଧୁମିଳନ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବାଲେଶ୍ୱର ସଂସ୍କୃତି ସମିତି, ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ‘ବାଲେଶ୍ୱର ମହୋତ୍ସବ ଓ ବନ୍ଧୁମିଳନ’ ରାଜ୍ୟ ସରକାରଙ୍କ କୋଭିଡ଼ ନିୟମ ପାଳନ ପୂବ;ର୍କ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଏକ ଐତିହ୍ୟ ସ୍ଥାନ । ସ୍ୱାଧୀନତାର ୭୦ତମ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ବସବାସ କରୁଥିବା ବାଲେଶ୍ୱରବାସୀ ଯଥା ଚନ୍ଦନେଶ୍ୱର ଠାରୁ ଆରମ୍ଭ କରି ସିମୁଳିଆ ବାଲିଖଣ୍ଡ ଅଞ୍ଚଳର ସମଗ୍ର ଭୂଖଣ୍ଡରେ ଥିବା ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶପଥ ନେଇଥିଲେ । ବ୍ରିଟିଶ ଶାସନ କାଳରେ ଲୁଣମରା ସ୍ଥାନ ଇଞ୍ଚୁଡ଼ି, ଶହଦୀ ମାଟି ଇରମ, ପୌରାଣିକ ଧାର୍ମିକ ପୀଠ, ମାଧବେନ୍ଦ୍ରପୁରୀଙ୍କ ପାଇଁ କ୍ଷୀରଚୋରା ଗୋପୀନାଥ, ଆଧୁନିକ ଭାରତର କ୍ଷେପଣାସ୍ତ୍ର ସ୍ଥାନ ଚାନ୍ଦିପୁର । ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ରଷ୍ଟ ଫୀକର ମୋହନ, ରାଧାନାଥ, ସୋର କେଦାରପୁର ଓ ଦୀନକୃଷ୍ଣ ଅନ୍ୟତମ । ଧାନ, ପାନ, ମୀନ ପରିପୂର୍ଣ୍ଣ, ପ୍ରକୃତି ସୌନ୍ଦର୍ଯ୍ୟଭରା ନଦ, ନଦୀ, କାନନ, କାନ୍ତାର, ଶସ୍ୟଶ୍ୟାମଳାଭରା, ସୁବର୍ଣ୍ଣପୁର, ବୁଢାବଳଙ୍ଗ ଶଯ୍ୟାରେ ଚିର ପ୍ରତିଷ୍ଠିତ ଶୈବପୀଠ, ବାବା ପଞ୍ଚଲିଙ୍ଗେଶ୍ୱର, ବାବା ଚନ୍ଦନେଶ୍ୱର, ବାବା ଲଙ୍ଗଳେଶ୍ୱର ଏବଂ ଏସିଆ ମହାଦେଶର ସର୍ବବୃହତ୍ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ୱରଙ୍କ ଅମ୍ଲାନ ସୃଷ୍ଟି ପଦ୍ମଶ୍ରୀ ମନୋଜ ଦାଶ, ମନ୍ମଥନାଥ ଦାଶ ସୁବିଦିତ ଥିବାବେଳେ ସାମୁଦ୍ରିକ ବେଳାଭୂମି, ଚାନ୍ଦିପୁର, ତଳସରି ଓ ଚଉମୁଖ, ଧାମରା ବନ୍ଦର ତଥା ବ୍ରିଟିଶ ସମୟର କଲିକତାକୁ ଜଳପଥ କୋଷ୍ଟ କେନାଲ ଅନ୍ୟତମ । ଆଜି ସେହି ମାଟିର ଗୌରବ ଓ ସୌରଭକୁ ସ୍ମରଣ କରି ନିଜକୁ ‘ବାଲେଶ୍ୱର ବନ୍ଧୁ’ ବୋଲି ସମ୍ବୋଧନ କରି ରାଜଧାନୀ ମାଟିରେ ନିଜର ଭାଇଚାରା ପ୍ରତିଷ୍ଠା କରି ଶାନ୍ତି, ମୈତ୍ରୀ, ପ୍ରଗତିକୁ ଲକ୍ଷ୍ୟ ରଖି ଏକତା ପାଶରେ ଆମ୍ଭେ ସମସ୍ତେ ଏକ ବୋଲି ସମ୍ବୋଧନ କରିଛନ୍ତି ବାଲେଶ୍ୱର ସଂସ୍କୃତି ସମିତି, ଓଡ଼ିଶା, ଭୁବନେଶ୍ୱରର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହରେକୃଷ୍ଣ ସାହୁ, ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ପାତ୍ର, ଡଃ ଦୀନବନ୍ଧୁ ବେହେରା ଯୋଗ ଦେଇଥିଲେ । ସଭାପତି ବିଶ୍ୱନାଥ ମହାନ୍ତି ସଭାପତିତ୍ୱ କରି ବନ୍ଧୁମିଳନକୁ ପରିଚାଳନା କରିଥିବା ବେଳେ ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଡଃ ଅଙ୍କିତା ସେନାପତି, ଉପଦେଷ୍ଟା ଶ୍ରୀ ତରୁଣ କୁମାର ସେନାପତି, ଯୁଗ୍ମ ସମ୍ପାଦକ ଶ୍ରୀ ପଦ୍ମଲୋଚନ ସାହୁ, ଏବଂ ରେବତୀ ଶ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଭୁବନେଶ୍ୱରରେ ରହୁଥିବା ବାଲେଶ୍ୱର ବହୁ ବିଶିଷ୍ଟ ବରେଣ୍ୟ ବ୍ୟକ୍ତି, ଶିକ୍ଷାବିତ୍ ଓ ମାଗ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବାର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ