ବ୍ଳକ ମଙ୍ଗଳ ଅଧିକାରୀଙ୍କ ମନମୁଖୀ : ୬୦ ଲକ୍ଷ ଖର୍ଚ୍ଚ ପ୍ରଶାସନ ଫାଇଲ ଖୋଲିବାରେ ଚୁପ

ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ବିକାଶ ପାଇଁ ଏବଂ ଲୋକଙ୍କ ଯାତାୟତ ପାଇଁ ଯାନ ବାହାନର ସୁବିଧା ନଥିବାରୁ ଲୋକେ କାହଁ କେତେ ଦୂରରୁ ଚାଲି ଚାଲି ଆସି ଜିପ ଯୋଗେ ଜୀବନକୁ ମରଣ ସହ ବାଜି ଲଗାଇ ଉପର ତଳ ବସି ଆସୁଥିଲେ । ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାଙ୍କୁ ବିଜୁ ବାବୁଙ୍କ ନାମରେ ବିଜୁ ଗାଁ ଗାଡି ଯୋଜନାରେ ବଂଟନ କରାଯାଇଥିଲା । ଯାହା ଦ୍ୱାରା କି ମୋହନା ବ୍ଳକରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଖୋଦ ମୁଖ୍ୟମନ୍ତ୍ରୀ ବାନା ଦେଖାଇ ତାହାର ଶୁଭାରମ୍ଭ କରିଥିଲେ । ଏହି ଗାଡିର ରକ୍ଷଣ ବେକ୍ଷଣ ଦାୟିତ୍ୱ ବିଡିଓଙ୍କ ହାତରେ ଥିବା ବେଳେ ତାହାକୁ ବ୍ଳକ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ତଦାରଖ କରିବା ପାଇଁ । ସେହି ଗାଡି ଗୁଡିକୁ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ଚଳାଇ ଦୁଇ ପଇସା ରୋଜଗାର କରିବା ପାଇଁ ଏସଏଚଜି ମା ମାନଙ୍କୁ ଯୋଗାଇ ଦିଆଯାଇଥିଲା । ମୋହନା ବ୍ଳକକୁ ୪ଟି ଗାଡି ମିଳିଥିବା ବେଳେ ଦୁଇଟି ଗାଡି ରକ୍ଷଣ ବେକ୍ଷଣ ଅଭାବରୁ ଏବଂ ବ୍ଳକ ପ୍ରଶାସନ ଅବହେଳା ପାଇଁ ଖତଖାଉଛି ବ୍ଳକ କଲୋନୀ ଭିତରେ ଆଉ ଦୁଇଟି ଗାଡି ୨୦୧୬ ମସିହାରୁ ଜିବନଜୋତି ମହିଳା ମଣ୍ଡଳ ଗାଡି ନଂ ଓଡି ୨୦ ୧୮୫୭ ବିଜୟାପୁର ଗ୍ରାମର ଏକ ଗାଡି ଚଲାଉ ଥିବା ବେଳେ ଅନ୍ୟଏକ ପଦ୍ମିନି ମହିଳା ମଣ୍ଡଳ ତରାମାଳ ଗାଡି ନଂ ଓଡି ୨୦ ୧୮୫୮ ଏହି ଦୁଇଟି ମହିଳା ମଣ୍ଡଳ ବ୍ଳକ ଅଧିକାରୀଙ୍କ ଠାରୁ ଗାଡି ନେଇ ବଜାରରେ ଗାଡି ଚଲାଉଥିବା ପବନପୁତ୍ର ଏଜେନ୍ସିକୁ ପ୍ରଦାନ କରିଥିଲେ । ଯାହା ଦ୍ୱାରା କି ମାସକୁ ଦୁଇଟି ଗୃପକୁ ଲାଭ ହିସାବରେ ୨ ହଜାର ରୁ ୨୫ ଶହ ଟଙ୍କା ଦେଉଥିଲେ ଗାଡି ଚଲାଉଥିବା ମାଲିକ ଏବଂ ବ୍ଳକକୁ ଦେଉଥିଲେ ମାସିକ କିସ୍ତି ଦୁଇଟି ଗାଡିର ୫୦ ହଜାର ହେଲେ ଆଜିକୁ ୪ ରୁ ୫ ବର୍ଷ ବିତିଗଲାଣି ଗାଡିରେ ମରାମତି ହୋଇଥିବା, ଆବଶ୍ୟକ ସାମଗ୍ରୀ କିଣିବାରେ ଖର୍ଚ୍ଚ ହୋଇ ସାରିଲାଣି ୫୦ ରୁ ୬୦ ଲକ୍ଷ କିନ୍ତୁ ଗୋଟେ ମଧ୍ୟ ବିଲ ପାସ କରୁ ନାହାନ୍ତି ବ୍ଳକ ମଙ୍ଗଳ ଅଧିକାରୀ । ଏପରିକି କୋଭିଡ କଟକଣା ପାଇଁ ଗାଡି ଗୁଡିକ ଛିଡା ହୋଇ ରହିଥିଲେ ମଧ୍ୟ ତାହାର କୌଣସି ତଦାରଖ କରିନଥିଲେ ବ୍ଳକ ମଙ୍ଗଳ ଅଧିକାରୀ କ୍ଷତି ସହି ଗାଡି ଚଲାଇ ଆସୁଛନ୍ତି ପବନପୁତ୍ର ଏଜେନ୍ସି । ଦୁଇଟି ଗାଡିର ଆଜକୁ ପ୍ରାୟ ୮ ମାସ ବିତିଲାଣି ନା ଅଛି ଇନସୁରେନ୍ସ, ଫିଟିନେସ, ପରମିଟ ଯାହା ଦ୍ୱାରା କି ପଲ୍ୟୁସନ ସରିଯାଇଥିବାରୁ କନ୍ଧମାଳ ଆର.ଟି.ଓ ଜରିମାନା ପକାଇଥିଲେ ୨୨ ହଜାର ଟଙ୍କା ସେହି ଟଙ୍କା ପୈଠ କରି ପଲ୍ୟୁସନ ପାଇଁ ଟଙ୍କା ନିଜ ହାତରୁ ଖର୍ଚ୍ଚ କରି ବନାଇଥିଲେ ଗାଡି ମାଲିକ କିନ୍ତୁ ବ୍ଳକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା, ପୁର୍ବ ବିଡିଓ ବଂଶିଧର ଖୋସଲାଙ୍କୁ ବହୁବାର ମହିଳା ମଣ୍ଡଳ ଲିଖିତ ଭାବେ ଜଣାଇଥିଲେ ଗାଡିର କାଗଜ ପତ୍ର ଠିକ କରିବା ସହ ଗାଡି ଖର୍ଚ୍ଚ ହୋଇଥିବା ଟଙ୍କା ଦେବା ପାଇଁ କିନ୍ତୁ ଆଜକୁ ଗୋଟିଏ ବର୍ଷ ବିତିଗଲା କୌଣସି ପ୍ରକାର ଖର୍ଚ୍ଚ ଟଙ୍କା କିମ୍ବା ଗାଡିର କାଗଜପତ୍ର ହୋଇ ପାରିନାହିଁ ରାସ୍ତାରେ ସରକାର ସଚେତନତା କରି ପରିବହନ ବିଭାଗ ମାସକୁ କୋଟି କୋଟି ଟଙ୍କା ଜରିମାନା ଆଦାୟ କରୁଛନ୍ତି କିନ୍ତୁ ସରକାରୀ ଗାଡିରେ ହି କାଗଜ ପତ୍ର ଠିକ ହୋଇପାରୁନାହିଁ । କିଏ ଜାଣେ କେତେବେଳେ ଅଘଟଣ ଘଟିବ ଏବଂ ଲୋକଙ୍କୁ ସହାୟତା ମିଳି ପାରିବ ନାହିଁ ତାହା ଏବେ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଋଣ ଭାର ବଢିବାରେ ଲାଗିଛି କିନ୍ତୁ ଖର୍ଚ୍ଚ ହୋଇଥିବା ଟଙ୍କା ମିଳିପାରୁନି ଗାଡି ଚଲାଉଥିବା ମାଲିକଙ୍କୁ । ଏହି ବିଷୟରେ ପରିବହନ ବିଭାଗ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଦିଲିପ ମହାରଣାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗା ବିଚ୍ଛିନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ