ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲିଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଧାନମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରି ସରକାରୀ ନୀତିନିୟମ ଅନୁଯାଇ ଶାନ୍ତିଶୃଙ୍ଖଳାର ସହିତ ଏହି ଧାନମଣ୍ଡିକୁ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭରତପୁର ପଞ୍ଚାୟତ ସରପଞ୍ଚ ଜୀନତ ପ୍ରିୟଦର୍ଶିନୀ ରାଉତ, ସମବାୟ ସମିତି ସମୁହର ଉପନିବନ୍ଧକ ମନମୋହନ ରାଉତ, ସମିତି ପ୍ରଶାସକ ସଚ୍ଚିଦାନନ୍ଦ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କ ନିର୍ଦେଶକୁ ପାଳନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ପୂର୍ବତନ ସଭାପତି ବସନ୍ତ କୁମାର ରାଉତ, ପୂର୍ବତନ ନିର୍ଦେଶକ ଶାରଦା ପ୍ରସନ୍ନ ରାଉତ, ପିତାମ୍ବର ସାମଲ, ଅକ୍ଷୟ କୁମାର ମନ୍ତ୍ରୀ, ଧାନକ୍ରୟ କମିଟି ସଭ୍ୟ ଅକ୍ଷୟ କୁମାର ପତି, ଗୋଲଖ ମଳିକ, ଗୈାରାଙ୍ଗ ଲେଙ୍କା, ସମିତିର ସହକାରୀ ସମ୍ପାଦକ ଜଗନ୍ନାଥ ସେଣ, ଶାରଦା ପ୍ରସନ୍ନ ରାଉତ, ସ୍ମୃତିପ୍ରିୟଦର୍ଶିନୀ ଦାସ, ଧନେଶ୍ୱର ସେଠୀ, ଚାଷୀ କିଶୋର ଚନ୍ଦ୍ର ଜେନା, ପ୍ରମୋଦ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।