କୁଲାଡ଼ ଠାରେ ବିଦ୍ୟୁତ ବିଲ ସଂଗ୍ରହ ସଂଘର ବୈଠକ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିକଟସ୍ଥ କୁଲାଡ଼ କଲ୍ୟାଣ ମଣ୍ଡପ ଠାରେ ଭଞ୍ଜନଗର ବିଦ୍ୟୁତ ଡିଭିଜନର ବିଦ୍ୟୁତ ବିଲ ସଂଗ୍ରହ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ବିଭାଗୀୟ ଅଧିକାରୀ ଦୁର୍ଗା ମିଶ୍ର, ସଞ୍ଜିତ ବେହେରା,କୋଷାଧ୍ୟକ୍ଷ ପ୍ରତ୍ୟୁଷ. ଡିଭିଜନ ଇନଚାର୍ଜ ସୁଶାନ୍ତ ପଣ୍ଡା, ଗିରିଧାରୀ ପାଣିଗ୍ରାହୀ, ପ୍ରଶାନ୍ତ ପଣ୍ଡା , ଶିବନନ୍ଦ ଦାସ ଆଦି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଲ ସଂଗ୍ରହ କରୁଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ଟିପିଏସଓଡିଏଲ ନୂତନ ନିୟମ ଅନୁସାରେ କିପରି ବିଦ୍ୟୁତ ବିଲ ସଂଗ୍ରହ କରାଯିବ ଓ ଉପଭୋକ୍ତା କିପରି ଭାବରେ ସୁବିଧାରେ ବିଲ ପୈଠ କରିବେ ସେ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।


