ସମଗ୍ର ରାଜ୍ୟରୁ ବେକାରୀ ଓ ଗରିବୀ ସମସ୍ୟାର ସମାଧାନ ପାଇଁ ଅନୁରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ସମଗ୍ର ଦେଶ ତଥା ରାଜ୍ୟ ଯଦିଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ସେଥିମଧ୍ୟରୁ ଦୁଇଟି ସମସ୍ୟା ଯାହାହେଲା ଗରିବୀ ଓ ବେକାରୀ ଯାହାକୁ ନେଇ ଦେଶ ତଥା ରାଜ୍ୟ ବିଚଳିତ । ଆଜିର ଯୁବ ସମାଜ ଯାହା ଉପରେ ଦେଶର ଭବିଷ୍ୟତ ନିର୍ଭର କରେ ସେମାନେ ଆଜି ଅବହେଳିତ, ଉଦ୍ଭ୍ରାନ୍ତ ଓ ନିମ୍ନଗାମୀ । ଯାହାର ଏକମାତ୍ର କାରଣ ବେକାରୀ, ବିଦ୍ୟାଧ୍ୟୟନ କରିସୁଦ୍ଧା ନିଜର ବିଦ୍ୟାକୁ ସଠିକ ଭାବରେ ନିୟୋଜିତ କରିବାର ସୁଯୋଗରୁ ବଂଚିତ, ଯାହା ଆମ ସରକାର ତଥା ପ୍ରଶାସନିକ ଅଧିକାରୀ ମାନଙ୍କ ବିଫଳ ମାନସିକତା ଓ କାର୍ଯ୍ୟଧାରାର ପ୍ରକ୍ରିୟାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ରାଜ୍ୟର ଅହେତୁକ ଦରଦାମ ବୃଦ୍ଧି,ଶିକ୍ଷା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଓ ବେକାରୀ ତଥା ଶାସନକାରୀ ଓ ସାହାଯ୍ୟକାରୀ ଭିତରେ ସମନ୍ୱୟର ଅଭାବ କୁ ନେଇ ବର୍ତ୍ତମାନ ଜନସାଧାରଣ ବ୍ୟତିବ୍ୟସ୍ତ । ଏହିସବୁ ସମସ୍ୟାର ଆସୁ ସମାଧାନକୁ ନେଇ ଯୁବ ସମାଜସେବୀ ରତନ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପନ୍ଥା ନିର୍ଦ୍ଧାରଣ କରିଛନ୍ତି । ସରକାର ଯଦି ଏହାର ଆସୁ ସମାଧାନ ଚାହାଁନ୍ତି ତେବେ ତାଙ୍କ ସହିତ ସହଯୋଗର ହାତ ବଢାଇବା ସହ ଆଲୋଚନା କରନ୍ତି ତେବେ ଏହି ସମସ୍ୟାର ପନ୍ଥା ବାହାରି ପାରିବ ବୋଲି ସେ ଦୃଢତା ପ୍ରକାଶ କରିଛନ୍ତି ।


