ବିଜେଡିର ଗ୍ରାମ ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ପେଟାପାଙ୍ଗା ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ବିଜେଡି ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ସଭାପତି ରାଜମୋହନ ଦିଗାଲ ସଭାପତିତ୍ୱ କରିଥିବା ବେଳେ,ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଜୟାନନ୍ଦ ନାୟକ, ପ୍ରଦୀପ ପ୍ରଧାନ, ମିଥୁନ ଦିଗାଲ,ପିତୁଳି ପ୍ରଧାନ, ବ୍ଲକ ମହିଳା ସଭାନେତ୍ରୀ ଶୀତଲ ନାୟକ, ଯୁବ ସଭାପତି ସୁଧାଂଶୁ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ବେହେରା, ପଞ୍ଚାୟତ ସଭାପତି ଲକ୍ଷ୍ମଣ ପ୍ରଧାନ ଉପସ୍ଥିତ ରହି ରାଜ୍ୟ ସରକାରଙ୍କର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣ ଯୋଜନା ଗୁଡ଼ିକ ଉପସ୍ଥାପିତ କରି ଅଭିଭାଷଣ ମାନ ଦେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଏକ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ମନୋନୀତ କରିବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ