ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ପକ୍ଷରୁ ଆଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟନ ହୋଇଯାଇଛି । ବିଜେଡି ନେତା ବିରେନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଲିଭା ନାୟକ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଉତ୍କଳକେଶରୀ ମହାନ୍ତି ଯୋଗଦେଇ ସମସ୍ତ କାର୍ଯ୍ୟର ଉଦଘାଟନ କରିଥିଲେ । ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସହିତ ପାଚେରୀକୁ ଅତିଥିମାନେ ଉଦଘାଟନ କରିଥିବାବେଳେ ପରେ ପରେ ରହଣିଆ ମାର୍କେଟ କମ୍ଲେକ୍ସ ଓ ବିଦ୍ୟାଳୟ ପାଚେରୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ପର୍ଶୁରାମ ମାଝୀ, ନିତ୍ୟାନନ୍ଦ ମାଝୀ, ଜଗନ୍ନାଥ ତ୍ରୀପାଠୀ, ରଘୁନାଥ ସାମଲ, ପ୍ରଫୁଲ୍ଲ ମହାପାତ୍ର, ଘନଶ୍ୟାମ ମାଝୀ, ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ପଞ୍ଚାୟତର ଏମବିକେ, ସିଆରପି ଓ ଏସଏଚଜି ମହିଳାଙ୍କ ସମେତ ବହୁ ବିଜେଡି କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।


