ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାନୁଆରୀ ୦୯ ତାରିଖ ଦିନ ଅବସର ଗ୍ରହଣ କରିଥିବା ୧୪ ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷକ ସଂଘର ବ୍ଲକ ସଭାପତି ମନୋରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ଓ ସମାଜସେବୀ ମଦନ ଗୋପାଳ ଦୋରା ଯୋଗଦେଇଥିଲେ । ବ୍ଲକ ସମ୍ପାଦକ ନଗେନ୍ଦ୍ର ନାଥ ଷଡଙ୍ଗୀ ଓ ଉପସଭାପତି କାଳୀ ଚରଣ ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଅତିଥି ବୃନ୍ଦ ଅବସର ଗ୍ରହଣ କରିଥିବା ବୁଗୁଡା ଏବିଇଓ ପିତାମ୍ବର ବିଷୋୟୀ ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ରାମଚନ୍ଦ୍ର ନନ୍ଦ, ଦୁଃଖିଶ୍ୟାମ ଦାଶ, ସୂର୍ଯ୍ୟନାରାୟଣ ସେଠୀ, ଖଦାଳ ବେହେରା, ଦ୍ୱିତୀକୃଷ୍ଣ ବିଶ୍ୱାଳ, ରମେଶ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ହୋତା, କାମରାଜୁ ସାହାଣୀ, ଖଲି ପଣ୍ଡା, ଦିଲ୍ଲୀପ କୁମାର ପଟ୍ଟନାୟକ, ସରିତା ପ୍ରଧାନ, ତପସ୍ୱିନୀ ଦାଶ, ଓ ବାଳାମଣି ପାଣିଗ୍ରାହୀ ୧୪ ଜଣଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ସହ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ କନକଲତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ