ପାରଳା ର ବର୍ଷୀୟାନ ସାହିତିକ୍ୟ ଗୌରଚନ୍ଦ୍ର ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଥନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଏକ ନିଡାମ୍ବର ପରିସରରେ ବର୍ଷୀୟାନ ସାହିତ୍ୟିକ ତଥା ଶିକ୍ଷାବିତ୍ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା *୯୦ବର୍ଷ* ବୟସ ପଦାର୍ପଣ ଅବସରରେ ଉତ୍କଳ ହିତେଇସିନୀ ଆନୁକୁଲ୍ୟରେ ଏକ ଭବ୍ୟ ସଂବର୍ଥନା ନିଡାମ୍ବର ସହକାରରେ ପାଳନ ହୋଇସାରିଛି । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗୁରୁଗୌରଵ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା ହୋଇଥିଲ। ଏହି କାର୍ଯ୍ୟକ୍ରମରେ ଡ଼କ୍ଟର ଚନ୍ଦ୍ର ଶେଖର ଦାସ, ବିନୋଦ ଚନ୍ଦ୍ର ଜେନା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ମଞ୍ଚାସିନ ଥିବାବେଳେ,ଦେବେନ୍ଦ୍ର ଦାସ,ଭାଗବତ ପାଢ଼ୀ, ଡକ୍ଟର ଭାରତୀ ପାଣିଗ୍ରାହୀ, ପଣ୍ଡିତ ନରସିଂହ ଗୌଡ, ପୂର୍ଣ୍ଣଚନ୍ଦ୍ର ରଥ, ସରୋଜ ପଣ୍ଡା,ଜଗଦୀଶ ମହାପାତ୍ର, ଆଶାଲତା ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ ପ୍ରଭୃତି ଶୁଭେଚ୍ଛୁ ଗଣ ଗୁରୁଗୌରବ ପଣ୍ଡାଙ୍କ ଉର୍ଦ୍ଧ ଶତାୟୁ ବୟସ କାମନା କରିଥିଲେ । ଶେଷରେ ସ୍ୱର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ବର୍ଥନା ଅବସରରେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଜୀବନୀ ସମ୍ପର୍କିତ ଏକ ବହି *ଜୀବନାୟନ* ଲେଖକ ସାବନ୍ ଲିମାଙ୍କ ରଚିତ ଲୋକାର୍ପଣ ହୋଇଥିଲା ।


