ମା’ତାରିଣୀ ଏସ୍.ଏଚ୍.ଜି ଦ୍ୱାରା ଧାନମଣ୍ଡି ଖୋଲିଲା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତରେ ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଏଥିରେ ଏସ୍.ଏଚ୍.ଜିର ସଭାପତି ଅନୁସୂୟା ଦାସ, ସଂପାଦକ ଭଗବତୀ ମଲ୍ଲିକ, ଅନ୍ନପୂର୍ଣ୍ଣା ମଲ୍ଲିକ, ଲିଲି ମଲ୍ଲିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସେହିପରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଦଳେଇ, ଗ୍ରାମ୍ୟ କୃଷି କର୍ମଚାରୀ ବିମ୍ବାଧର ସେଠୀ, ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ ସୁବ୍ରତ ମଲ୍ଲିକ, ଚାଷୀ କମିଟିର ତ୍ରିଲୋଚନ ପରିଡା, ଦିଗମ୍ବର ପଣ୍ଡା, ମଣିଭଦ୍ର ବିଶ୍ୱାଳ, ମହେଶ୍ୱର ସେଠୀ, ଅଚ୍ୟୁତାନନ୍ଦ ସେଠୀ, ବାବୁ ବେହେରା ଉପସ୍ଥିତ ରହି କିପରି ପଞ୍ଜୀକୃତ କରିଥିବା ଚାଷୀ ମାନେ ସଠିକ୍ ଭାବେ ଧାନ ବିକ୍ରୟ କରି ପାରିବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ ।


