ଓଇଣ୍ଡୋଜ ଏଜୁକେସନ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗୃହିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଓଡିଶାରେ ଓମିକ୍ରନ୍ ର ପ୍ରଭାବ ଆସିବାରୁ ଲୋକ ମାନଙ୍କ ମନରେ ଭାୟାବହତା ସୃଷ୍ଟି ହେବା ଫଳରେ ରାଇରଙ୍ଗପୁର ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ସଙ୍କଟ ଦେଖାଦେଇଛି ଓ ଏହି ପରିପ୍ରେକ୍ଷୀରେ ଜୁନିୟର ରେଡ୍ କ୍ରସ୍, ମୟୁରଭଞ୍ଜ ଶାଖା ଓ ଲଞ୍ଚ ଓଇଣ୍ଡୋଜ ଏଜୁକେସନ ଟ୍ରଷ୍ଟର ମିଳିତ ସହଯୋଗରେ ଟାଙ୍ଗର ଯୋଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ୩୦ ୟୁନିୟ ରକ୍ତ ସଂଗୃହିତ ହୋଇଥିଲା ଓ ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ କାଜୁ ନିଗମର ଅଧକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇଥିଲେ ଓ ପ୍ରବଳ ଶୀତର ଲହରୀ ସମୟରେ ଉପାନ୍ତ ଅଞ୍ଚଳରେ ରକ୍ତଦାନ ଶିବିର ଆୟୋଜିତ କରି ସଚେତନତା ସୃଷ୍ଟି କରିବା ଉଦ୍ୟମକୁ ଶ୍ରୀ ଦାସ ପ୍ରଶଂସା କରିଥିଲେ ଓ ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଦୀପ୍ତିମାନ ବଳ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେଓ ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ନିଜେ ରକ୍ତଦାନ କରି “ରକ୍ତଦାନ ଜୀବନ ଦାନ ବୋଲି” ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ ଓ ଲଞ୍ଚ ଓଇଣ୍ଡୋଜ ଏଜୁକେସନ ଟ୍ରଷ୍ଟର ଅଧକ୍ଷ ଦୀପକ କୁମାର ବେହେରା ସମସ୍ତ ପ୍ରକାରର ସହଯୋଗ କରିଥିଲେ ଓ ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ରଙ୍କ ତତ୍ୱାବଧାନରେ ଏଲ.ଟି.ଇ ଦେବବ୍ରତ ଗିରି, ସୁମନ୍ତ ଗିରି, କାମେଶ୍ୱର ମୁଣ୍ଡା ଓ ରଜନୀ ଭରପୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗୃହିତ କରିଥିଲେ ଓ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ଅଧିକଥର ରକ୍ତଦାନ କରିଥିବା ରକ୍ତଦାତା ଗତିକୃଷ ମହାନ୍ତ, ଜଗନ୍ନାଥ ପଲେଇ, ଆଶିଷ ଦଳେଇ, ଦେବଦର୍ଶୀ ରଥ, ବନ୍ଧନ ବଳ ରାଧେଶ୍ୟାମ ପ୍ରଧାନ, ସତ୍ୟଜିତ ଦାସ, ଲିକୁ ଦାସ, ଦେବାଶିଷ ଦଳେଇ, ଦେବ ବ୍ରତ ଦଳେଇ,ପ୍ରମୁଖ ଉପସ୍ଥିତ ଥିଲେ ଓ ରକ୍ତ ଦାତା ଦୀପକ କୁମାର ବେହେରା ସ୍ମୃତି ରଞ୍ଜନ ପାଣି, ପ୍ରଦୀପ ସିଂ, ଆଶିଷ କୁମାର ଦଳେଇ, ସୁରଜ କୁମାର ପ୍ରଧାନ, ଶୁଭକାନ୍ତ ଦଳେଇ, ଅମଲ ବାରିକ, ଭୀମସେନ ପାତ୍ର, ଆଶୁତୋଷ ଦଳେଇ, ସଂଜିତ କୁମାର ପଲେଇ, ମୁକ୍ତେଶ୍ଵର ମଣ୍ଡଳ, ରାଜ କୁମାର ନନ୍ଦ, ସହଦେଵ ଦଳେଇ, ସଂଜିତ କୁମାର ନନ୍ଦ,ବାଲେଶ୍ୱର ମୂର୍ମୁ, ଜିତରାଇ ସୋରେନ, ପୱନ ମହାକୁଡ଼, ସଞ୍ଜୟ ଜେରାଇ, ଅନ୍ତର୍ଯ୍ୟାମୀ ମହାକୁଡ଼, ଦଶରଥ ସୋରେନ, ଖିଚିଂ କିସ୍କୁ, ରାଜେଶ ପାଲ, ବିକିରଣ ପାତ୍ର, ଅରୁଣ ଦଳେଇ, ବିକ୍ରମାଦିତ୍ୟ ଦଳେଇ ପ୍ରମୁଖ ରକ୍ତଦାନ କରିଥିଲେ I


