ବଳି ପଡୁଛନ୍ତି ନିରୀହ ଚାଷୀ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ମୟୂରଭଞ୍ଜ ଜିଲ୍ଲାରେ ଧାନ ମଣ୍ଡି ଗୁଡିକ ଖୋଲୁ ଖୋଲୁ ଚାଷୀ ଙ୍କ ଦୁର୍ଦ୍ଧଶା ବୃଦ୍ଧି କରୁଛି ମିଲର ଓ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା କଟନୀ ଛଟନି ସହିତ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବ୍ୟସ୍ଥା ଦେଖିବାକୁ ମିଳୁଛି । ଏପରିକି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରେ ମୟୂରଭଞ୍ଜ ଜିଲ୍ଲାପାଳ ଧାନ ସଂଗ୍ରହ ଦାୟିତ୍ୱରେ ଥିବା ଅଧିକାରୀ, ମିଲର, ଲ୍ୟାମ୍ପସ ଏମ ଡି ଙ୍କୁ ଦେଇଥିବା ନିର୍ଦେଶ କୁ ମାନୁ ନାହାନ୍ତି ମିଲର କିମ୍ବା ଲ୍ୟାମ୍ପସ କର୍ମଚାରୀ ଅଧିକ ମିଲର ଙ୍କ ମନମାନି ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଙ୍କ ନିଁର୍ଧେଶ ଥିଲା ସମସ୍ତ ମଣ୍ଡି ରେ ଚାଷୀଙ୍କ ପାଇଁ ବିଶ୍ରାମ ଗାର, ମାସ୍କ, ପିଇବା ପାଣି ବ୍ୟବସ୍ଥା ଓ କୌଣସି ପ୍ରକାର ରେ କଟନୀ ଛଟଣି ନକରି ଚାଷୀଙ୍କୁ ସ୍ୱମ୍ପୂର୍ଣ ସହଯୋଗ କରି ଧାନ ସଂଗ୍ରହ କର କିନ୍ତୁ ଫଳ ଓଲଟା କୌଣସି ମଣ୍ଡି ରେ ବିଶ୍ରାମଗାର ବ୍ୟବସ୍ଥା ନାହିଁ କହିଲେ ଚାଲେ ଚାଷୀ ଶୀତ କାକର ରେ ଖୋଲା ଆକାଶ ତଳେ ଧାନ ପାଖରେ ଜଗି ବସୁଛନ୍ତି । ପିଇବା ପାଣି କିମ୍ବା ମାସ୍କ କୌଣସି ମଣ୍ଡି ରେ ଦେଖିବାକୁ ମିଳୁନାହିଁ । ଜିଲ୍ଲାପାଳ ଦେଇଥିବା ନିର୍ଦ୍ଧେଶ କୁ ଫୁ କରି ଦେଇଛନ୍ତି ମିଲର ଓ ଅଧିକାରୀ ମାନେ । ଗତ କାଲି ଚାଷୀମାନେ ରାତି ଦୁଇ ଟା ତିନିଟା ସମୟରୁ ମଣ୍ଡିରେ ଧାନ ବସ୍ତା ଥାକ ମାରିଲେ କିନ୍ତୁ ଦିନ ତିନିଟା ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିଲା ନାହିଁ ଧାନ କିଣା ପ୍ରକ୍ରିୟା । ଏହିପରି ଅଭାବନୀୟ ଘଟଣା ଆଜି ରରୁଆଁ ଧାନ ମଣ୍ଡିରେ ଦେଖିବାକୁ ମିଳିଛି । ଧାନମଣ୍ଡି ଉଦଘାଟନ ହେବା ପରେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ କିଣା ହେଉଛି ଧାନ।ବିଲରୁ ବାତ୍ୟା ବନ୍ୟାରୁ ବଞ୍ଚିଥିବା ଧାନକୁ ବିକିବା ନିମନ୍ତେ ଚାଷୀ ଭୋକ ଉପାସରେ ଧାନ ମଣ୍ଡିରେ ଧାନ ଗଛିତ କରି ଅପେକ୍ଷା କରି ବସିଛି କେତେବେଳେ ଧାନ ବିକ୍ରି କରିବ ବୋଲି । କିନ୍ତୁ ଯେତେବେଳେ ମିଲର ଆସି ପହଞ୍ଚି କହୁଛି ତମର ଧାନର ମାନ ଠିକ ନାହିଁ ତେଣୁ ଆଠ କିଲୋ କଟିବ ଆଉ ପାଞ୍ଚ କିଲୋ କଟିବ । ସେତେବେଳେ ଚାଷୀର ମୁଣରେ ଚଡ଼କ ପଡୁଛି । ପୁଣି ଓଜନ କରିବା ପାଇଁ ଲେବର ବାବଦକୁ ଟଙ୍କା ବି ଦେବ ଚାଷୀ । ସେପଟେ ବସ୍ତା ଫେରସ୍ତ ମିଳୁନି କି ବସ୍ତା ବାବଦ କୁ କୌଣସି ଟଙ୍କାମଧ୍ୟ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଉପରିସ୍ତ ଅଧିକାରୀ ମାନେ କହୁଛନ୍ତି ଧାନର ମାନ ଠିକ ଅଛି କିନ୍ତୁ ଅଧିକାରୀ ମାନେ ଚାଲିଗଲା ପରେ ଅବସ୍ଥା ପୂର୍ବପରି ଲାଗିରହୁଚି । ଜିଲ୍ଲା ଅଧିକାରୀ ବସ୍ତା ବାବଦକୁ ଟଙ୍କା ମିଳିବ, ଓଜନ ବାବଦକୁ ଚାଷୀ ଟଙ୍କା ନ ଦେବା ଏବଂ କଟନୀ ଛଟନୀ ନ କରିବାକୁ ଆଶ୍ୱାସନା ଦେଇ ଗଲା ପରେ ମଧ୍ୟ ଫଳ ସୁନ ପୁଣି କଟା ଛଟା ହେଉଥିବା ଚାଷୀ ମାନେ ପ୍ରକାଶ କରିବା ସହିତ ଆଜି ରରୁଆଁ ମାଣ୍ଡିକୁ ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀ ପରିଦର୍ଶନରେ ଆସିଥିବା ବେଳେ ଚାଷୀ ମାନେ ତାଙ୍କୁ ଘେରି ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଦାବି ରଖିଥିଲେ । ଏଭଳି ସମାନ ଅବସ୍ଥା ପାଞ୍ଚପିଢ଼ ଉପଖଣ୍ଡ ର ସମସ୍ତ ମଣ୍ଡି ଗୁଡିକରେ ମିଲର ଓ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁ ବଳି ପଡୁଛନ୍ତି ନିରୀହ ଚାଷୀ ମାନେ । ଏ ବାବଦକୁ ଅଧିକାରୀ ମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ