ଯାତାୟତ ଓ ଷ୍ଟାଡିୟମ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ରମ୍ଭା ଏନଏସିରେ ଥିବା ପୋଖରୀ ପାଶ୍ୱର୍ରେ ସରକାରଙ୍କ ପକ୍ଷରୁ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ସ୍ଥାନରେ ଏହି ଇଣ୍ଡୋର ଷ୍ଟାଡିୟମଟି ନିର୍ମାଣ କରାଗଲେ ନିକଟରେ ଥିବା ପୋଖରୀକୁ ଯିବା ଆସିବା ନିମନ୍ତେ ରାସ୍ତା ବନ୍ଦ ହୋଇଯିବ ବୋଲି ସୋମବାର ସମାଜସେବୀ ଭୀମସେନ ବେହେରାଙ୍କ ନେତୃତ୍ୱରେ ରମ୍ଭା ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ବହୁ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ସ୍ମାରକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଉକ୍ତ ପୋଖରି ଉପରେ ରମ୍ଭା ଏନଏସିର ୧.୧୨ ଓ ୧୩ ନମ୍ବର ୱାର୍ଡର ଜନସାଧାରଣ ମାନେ ନିର୍ଭର କରୁଥିବା ବେଳେ ଏହି ୱାର୍ଡ ବାସିନ୍ଦା ମାନଙ୍କ ଯାତାୟତ ନିମନ୍ତେ ଏହା ସମସ୍ୟା ସୃଷ୍ଟି କରିବ । ଏଣୁ ଉକ୍ତ ସ୍ଥାନରେ ଯାତାୟତ ପାଇଁ ସୁବିଧା ରଖି ଅବଶିଷ୍ଟ ସ୍ଥାନରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ସେମାନେ ଏହି ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ମିଂଚିଣିପାଟଣା ଗ୍ରାମ୍ୟ କମିଟିର ସଭାପତି ଆର. ସୋମନାଥ ରେଡ୍ଡି,. ସଂପାଦକ ବି. ଦଣ୍ଡପାଣି, ଏସ୍. ଗଙ୍ଗାଧର ପାତ୍ର, ଏ. ରଘୁନାଥ ପାତ୍ର, ଏ. ଚନ୍ଦୁ ପାତ୍ର, ଏମ୍. କାଳିଆ ପାତ୍ର, ଅନୀଲ ପାତ୍ର, କେ. ଗଣେଷ ରେଡ୍ଡି, ଆର୍. ଶିବ ରେଡ୍ଡି, ବି. ନାରାୟଣ ପାତ୍ର, ଏସ୍ ଦିପିକା ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


