ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଚଳିତ ୨୦୨୧-୨୨ ବର୍ଷରେ ଚାଷୀଙ୍କ ଉତ୍ପାଦିତ ଧାନ ଶସ୍ୟକୁ ଧାନ ମଣ୍ଡି ଦ୍ୱାରା କ୍ରୟ କରାଯିବା ନିମନ୍ତେ ଏକାଧିକ ମିଲର ଚୟନ ଏବଂ ଅଧିକ ଟାର୍ଗେଟ ଦେବା ସକାଶେ ସୋମବାର ପୋଟ୍ଟଲାମପୁର ଗ୍ରାମ ପଂଚାୟତର ବହୁ ପଞ୍ଜୀକୃତ ଚାଷୀ ମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ବାତ୍ୟା ଜୱାଦ ର ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇଛି । ଏଣୁ ଧାନର ଏଫକ୍ୟୁ ମାନକୁ କୋହଳ କରି ଚାଷୀଙ୍କ ଠାରୁ ସମସ୍ତ ଧାନ କ୍ରୟ କରିବା ନିମନ୍ତେ ଚାଷୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ଚଳିତ ବର୍ଷ ଚାଷୀ ମାନଙ୍କ ଟୋକେନ ଅକାମି ନ ହେବା ନିମନ୍ତେ ଗୁରୁତ୍ୱ ଦେବାକୁ ମଧ୍ୟ ସେମାନେ ଅନୁରୋଧ କରିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ଚାଷୀ ନିରଞ୍ଜନ ପ୍ରଧାନ, ରାଜେନ୍ଦ୍ର ନାହାକ, ଗୋପାଳ ନାହାକ ଓ ସନିଆ ପ୍ରଧାନଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।


