ଧର୍ମପରାୟଣ ମହିଳାଙ୍କ ପରଲୋକ

ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ୩୪ନଂ ଜୋନର ପୁବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସଙ୍କ ମା ଦୁରମଣୀ ଦାସ(୮୫)ବର୍ଷ ବୟସରେ ଗତକାଲି ରାତି ୨ଟା୩୦ମିନିଟ ସମୟରେ ବିଦ୍ୟାଧରପୁର ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ବନ୍ଧୁବତ୍ସଳା ମହିଳାଭାବେ ସମଗ୍ର ଅଞ୍ଚଳେ ପରିଚତ ଥିଲେ । ତାଙ୍କ ପରଲୋକ ଖବରପାଇ ଗୋପାଳ ପଟ୍ଟନାୟକ, ମନ୍ଦରଧର ସାମଲ, ସରପଞ୍ଚ ପ୍ରତିଭା ନାୟକ, ଶତୃଘ୍ନ ପାତ୍ର, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବାବୁଲି ଲେଙ୍କା, ରାମଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ସାହୁ, ଅନନ୍ତ ଆୟଚ, ଗୌରାଙ୍ଗ ସାମଲ, ପ୍ରସନ୍ନ ସାହୁ, ଭୁବନାନାନନ୍ଦ ପଟ୍ଟନାୟକ, ଅଶୋକ ପାଣିଗ୍ରାହୀ, ଅଭିମନ୍ୟୁ ପ୍ରଧାନ, ଶ୍ରୀକାନ୍ତ ନାୟକ, ଅନିରୁଦ୍ଧ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ମନୋରଞ୍ଜନ ଦାସ ମୁଖାଗ୍ନୀ ଦେଇଥିବାବେଳେ ବହୁ ଲୀଲା ଦାସ, ଶୁଭଦ୍ରା ଦାସ ପ୍ରମୁଖ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ