୦୫ ହଜାର ଆମେରିକୀୟ ଡଲାର ଚୋରି
ପାରଳାଖେମୁଣ୍ଡି. ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ତୀବତୀୟ ଶରଣାର୍ଥୀ ଙ୍କ ଘରୁ ୦୫ ହଜାର ଆମେରିକୀୟ ଡଲାର ଚୋରି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ତିବତୀୟାନ୍ କ୍ୟାମ୍ପ ର ୦୧ ନମ୍ବର ସାହି ୪୦ ନମ୍ବର ଘରୁ ୦୫ ହଜାର ଆମେରିକିୟ ଡଲାର ସହ ଠାକୁରଙ୍କ ରୂପା ସାମଗ୍ରୀ ଚୋରି ହୋଇଥିବା ନେଇ ମୋହନା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ମୋହନା ଥାନାରେ ୦୬/୨୨/ପ୍ରକାରେ ମାମଲା ରୁଜ୍ଜୁ କରାଯାଇଛି । ଆଜି ଗଜପତି ଜିଲ୍ଲା ସନ୍ଧାନି କୁକୁର ଟିମ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।


