କବି ବିମଳ ଜେନାଙ୍କ ପିତୃ ବିୟୋଗ

ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲା ଓରାଳି ଗ୍ରାମରେ ଜନ୍ମଗ୍ରହଣ କରିଥିବା କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆଭାଷା ଉପଦ୍ଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ କବି ବିମଳ ଜେନାଙ୍କର ଆଜି ପିତୃ ବିୟୋଗ ଘଟିଛି । କବି ବିମଳ ଜେନାଙ୍କ ପିତା ବାବାଜି ଚରଣ ଜେନାଙ୍କର ଆଜି ଭୋର ୫ଟା ସମୟରେ ୮୯ବର୍ଷ ବୟସରେ ପରଲୋକ ଘଟିଛି । ସେ ମୁଦୁଲିପଦା ଗ୍ରାମରେ ୧୯୩୩ ମସିହାଅଗଷ୍ଟ ୮ରେ ଜନ୍ମ ଗ୍ରହଣ କରିଥିଲେ । ସେ ଗଣଶିକ୍ଷା ବିଭାଗରୁ ଅବସର ନେବାପରେ ଓରାଳି ବାସଭବନରେ ଅବସର ସମୟ ବିତାଉଥିଲେ । ସେ ଜଣେ ଜଣେ ଆମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଆଖ ପାଖ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଉତ୍ତର ସଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃଷିହଂ ନାଥ ସିଂହ, ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା, କବି ସୁବ୍ରତ ପଟ୍ଟନାୟକ, ପ୍ରଫେସର ଗଦାଧର ମିଶ୍ର, କବି ଶମ୍ବୁନାଥ ରାଉତ, କବି ଚିତ୍ତରଞ୍ଜନ ନାୟକ, ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତ, କବି ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ