ଗାଙ୍ଗପୁର ପୋଲିସ୍ ପକ୍ଷରୁ ଓମିକ୍ରନ୍ ସତର୍କତା ପାଇଁ ଫ୍ଲାଗ୍ ମାର୍ଚ୍ଚ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଦିନକୁ ଦିନ ଦେଶରେ ଏବଂ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ତରଫରୁ କଟକଣା ଜାରି ଆରମ୍ଭ ହୋଇଯାଇଛି I ଏହି ଅବସରରେ ଆଜି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ପକ୍ଷରୁ ଗାଙ୍ଗପୁର ବଜାର ସମେତ କ୍ଷତ୍ରିୟବରପୁର,ଗୋବରା ଏବଂ କଣ୍ଟେଇପଲ୍ଲୀ ବଜାରରେ ଓମିକ୍ରନ୍ ସଚେତନତା ପାଇଁ ଫ୍ଲାଗ୍ ମାର୍ଚ୍ଚ ଆୟୋଜିତ କରାଯାଇ ଜନ ସାଧାରଣଙ୍କୁ ମହାମାରୀ କରୋନା ପ୍ରତି ସତର୍କତା ଅବଲମ୍ୱନ କରିବା ପାଇଁ ସଚେତନ କରାଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗାଙ୍ଗପୁର ଥାନାର ପୋଲିସ୍ କର୍ମଚାରୀମାନେ ଫ୍ଲାଗ୍ ମାର୍ଚ୍ଚ ସମୟରେ ଜନ ସାଧାରଣ ସରକାରଙ୍କ ତରଫରୁ ଜାରି ହୋଇଥିବା ରାତ୍ରି କାଳୀନ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରି ରାତ୍ରି ନଅଟାରୁ ଭୋର୍ ପାଞ୍ଚଟା ସମୟ ଭିତରେ ବାହାରେ ବୁଲାବୁଲି ନକରିବା ପାଇଁ ପରାମର୍ଶ ଦେଇଥିଲେ I ଏହା ସହ ବାଧ୍ୟତାମୂଳକ ମାସ୍କ ବ୍ୟବହାର କରିବା ସହ ଦୋକାନ ବଜାରରେ ଅଯଥା ଭିଡ଼ ନକରି ସମାଜିକ ଦୂରତା ରକ୍ଷାକରି ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବାପାଇଁ ସଚେତନ କରିଥିଲେ I ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମ ପୋଲିସ୍ ପକ୍ଷରୁ ଜାରି ରଖାଯିବା ସହିତ ନାଇଟ୍ କର୍ଫ୍ୟୁର ତଦାରଖ ପାଇଁ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଗମାଙ୍ଗ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ